News7 Logo

ପ୍ରତି ପୁରୁଷଙ୍କୁ ୨୫ ବର୍ଷ ପରେ ଏହି ୩ଟି ଟେଷ୍ଟ ନିଶ୍ଚୟ କରାଇବା ଜରୁରୀ , ଅବହେଳା କଲେ ହୋଇପାରେ ସାଂଘାତିକ

NEWS7
-

ନୂଆଦିଲ୍ଲୀ –ଆଜି ସାରା ଦୁନିଆରେ ୱାର୍ଲ୍ଡ ସେକ୍ସୁଆଲ ହେଲଥ୍‌ ଡେ ୨୦୨୫ ପାଳନ କରାଯାଉଛି। ପ୍ରତିବର୍ଷ ୪ ସେପ୍ଟେମ୍ୱରରେ ବିଶ୍ୱ ଯୌନ ସ୍ୱାସ୍ଥ୍ୟ ଦିବସ ୨୦୨୫ ପାଳିବାର ଉଦ୍ଦେଶ୍ୟ ଲୋକଙ୍କ ମଧ୍ୟରେ ଯୌନ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ବୃଦ୍ଧି କରାଇବା। ଏହି ବିଶେଷ ଦିନରେ ଏହି ଖବର ମାଧ୍ୟମରେ ଆଲୋଚନା କରିବା ସେହି ୩ଟି ଏସଟିଆଇ ଟେଷ୍ଟ ବିଷୟରେ ,ଯାହାକୁ ପ୍ରତି ପୁରୁଷଙ୍କୁ ୨୫ ବର୍ଷ ହେବା କ୍ଷଣି ତୁରନ୍ତ କରାଇ ନେବା ଉଚିତ। ଏସଟିଆଇ ଅର୍ଥାତ୍‌ ସେକ୍ସୁଆଲ ଟ୍ରାନ୍ସମିଟେଡ୍‌ ଇନଫେକ୍ସନ ସେକ୍ସୁଆଲ ହେଲଥ୍‌ ସହ ଜଡ଼ିତ ଏକ ଗୁରୁତର ସମସ୍ୟା। ଯାହାକି ପରୀକ୍ଷଣ ପୁରୁଷଙ୍କୁ ଯୌନ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ୨୫ ବର୍ଷ ପରେ ନିୟମିତ ଭାବେ କରାଇବା ଉଚିତ୍‌। ଏହା ଏଥିପାଇଁ କାରଣ ଏସଟିଆଇ ଅନେକ ଥର ବିନା ଲକ୍ଷଣ ଥିବା କାରଣରୁ ଅଜାଣତରେ ବ୍ୟାପି ସ୍ୱାସ୍ଥ୍ୟ ପାଇଁ ଅନେକ ବଡ଼ ବିପଦ ସୃଷ୍ଟି କରିପାରେ। ଏହି କାରଣ ଯେ, ୨୫ ବର୍ଷରୁ ଅଧିକ ବୟସର ପୁରୁଷଙ୍କୁ ଡାକ୍ତର ମଧ୍ୟ ଏହି ୩ଟି ଏସଟିଆଇ ଚେକଅପ୍‌ ନିୟମିତ ଭାବେ କରାଇବାକୁ ପରାମର୍ଶ ଦିଅନ୍ତି।

ଏଚଆଇଭି ଟେଷ୍ଟ  -

ଏଚଆଇଭି ଅସୁରକ୍ଷିତ ଯୌନ ସମ୍ୱନ୍ଧ , ବ୍ୟବହାର କରାଯାଇଥିବା ଛୁଞ୍ଚି ଲଗାଇବା ବା ସମଲିଙ୍ଗୀୟ ସମ୍ୱନ୍ଧ ରଖିବା ଯୋଗୁଁ ହୋଇଥାଏ। ଏହା ଏକ ପ୍ରକାରର ଭାଇରସ ,ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦିଏ । ସମୟ ପୂର୍ବରୁ ଯଦି ଏହାର ଚିକିତ୍ସା କରାନଯାଏ ତ, ଏହା ଏଡ୍ସର କାରଣ ସାଜିଥାଏ। ଏଚଆଇଭି ଟେଷ୍ଟ ରକ୍ତ ପରୀକ୍ଷଣ କିମ୍ୱା ଲାଳ ( ଓରାଲ ସ୍ୱାବ)ର ମାଧ୍ୟମରେ କରାଯାଏ। ପ୍ରାରମ୍ଭିକ ଯାଞ୍ଚରେ ଏଡ୍ସକୁ ଜାଣିବା ପାଇଁ ଆଣ୍ଟିରେଟ୍ରୋଭାଇରାଲ ଥେରେପି (ଏଆରଟି) ରେ ଏଚଆଇଭିକୁ ନିୟନ୍ତ୍ରିତ କରାଯାଇ ପାରେ।

ସିଫଲିସ୍‌ ଟେଷ୍ଟ –

ସିଫଲିସ୍ ଏକ ବ୍ୟାକ୍ଟେରିଆଲ ସଂକ୍ରମଣ , ଯାହା ଟ୍ରେପୋନେମା ପେଲିଡମ୍‌ ବ୍ୟାକ୍ଟେରିଆର କାରମ ହୋଇଥାଏ। ଏହା ଯୌନ ସଂପର୍କ ମାଧ୍ୟମରେ ବ୍ୟାପିଥାଏ ଏବଂ ତ୍ୱଚା , ମୁହଁ , ବା ଯୌନାଙ୍ଗରେ ଘା ଭାବେ ଆରମ୍ଭ ହୋଇପାରେ। ସିଫଲିସ ବିଷୟରେ ଜାଣିବା ପାଇଁ  ବ୍ଲଡ୍‌ଟେଷ୍ଟ (ଭିଡିଆରଏଲ ବା ଆରପିଆର) କରାଯାଇ ଥାଏ। ଯଦି ଘା ଥାଏ , ତ ସ୍ୱାବ୍‌ ଟେଷ୍ଟ ମଧ୍ୟ କରାଯାଇ ଥାଏ।

କ୍ଲେମାଇଡିଆ ଓ ଗୋନୋରିଆ ଟେଷ୍ଟ –

ଏହା ଯୁବକମାନଙ୍କ ମଧ୍ୟରେ ଖୁବ୍‌ ସାଧାରଣ ଏବଂ ଅନେକ ସମୟରେ ଲକ୍ଷଣ ବିହୀନ ହୋଇଥାଏ। ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ଦୁଇ ବାକ୍ଟେରିଆଲ ଏସଟିଆଇ, ଯାହା ଯୌନାଙ୍ଗ, ମଳଦ୍ୱାର ଓ ଗଳାକୁ ପ୍ରଭାବିତ କରିପାରେ। ଯଦି ଏହାର ଚିକିତ୍ସା କରାନଯାଏ ତ , କ୍ଲେମାଇଡିଆ ଓ ଗୋନେରିଆ ବନ୍ଧ୍ୟାତ୍ୱ, ଦୀର୍ଘକାଳୀନ ପେଲଭିକ୍‌ ଯନ୍ତ୍ରଣାର କାରଣ ହୋଇପାରେ। ଏହି ଦୁଇ ବ୍ୟାକ୍ଟେରିଆଲ ଏସଟିଆଇ ବିଷୟରେ ଜାଣିବା ପାଇଁ ସାଧାରଣତଃ ମୂତ୍ର ପରୀକ୍ଷଣ ବା ଯୌନାଙ୍ଗ, ମଳଦ୍ୱାର ବା ଗଳାରୁ ସ୍ୱାବ୍ ନେଇ ଯାଞ୍ଚ କରାଯାଏ। ଏହା ବ୍ୟତୀତ ଏହାର ଯାଞ୍ଚ ପାଇଁ ରାପିଡ୍‌ ଚେଷ୍ଟ ମଧ୍ୟ ଉପଲବ୍ଧ ଏବଂ ପରିଣାମ କିଛି ହିଁ ଦିନରେ ମିଳିପାରେ