LIVE TV

ଗାଧୋଇବାକୁ ଯାଇଥିଲେ ବୃଦ୍ଧା, ପାଣିରେ ବୁଡ଼ି ଚାଲିଗଲା ଜୀବନ

NEWS7
police station

ସୋନପୁର ୦୬।୧୦ : ସୋନପୁର ଜିଲ୍ଲା କପାସିରା-ଜୁଲୁଣ୍ଡା ସ୍ଥିତ ଗୋରାଣ୍ଡି ଯୋରରେ ଅଘଟଣ l ଯୋରରେ ଭାସି ଯାଇ ବୃଦ୍ଧା ନିଖୋଜ l ଖବର ପାଇ ବିନିକା ଅଗ୍ନିଶମ ବାହିନୀ ଘଟଣାସ୍ଥଳେ ପହଁଚି ଖୋଜାଖୋଜି ଆରମ୍ଭ କରିଥିଲେ । ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ l

ଖବର ଅନୁଯାୟୀ, ଯୋରକୁ ଗାଧୋଇବାକୁ ଯାଇ ଭାସି ନିଖୋଜ ହୋଇଥିଲେ ବୃଦ୍ଧା l ପରେ ସ୍ଥାନୀୟ ଲୋକେ ବିନିକା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହାପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ବୃଦ୍ଧାର ଶବକୁ ଉଦ୍ଧାର କରିଥିଲେ । ସ୍ଥାନୀୟ ସରପଞ୍ଚ ଓ ପୋଲିସ ଉପସ୍ଥିତିରେ ଶବ ହସ୍ତାନ୍ତର କରିଥିବା ବିନିକା ଅଗ୍ନିଶମ ବାହିନୀ ଅଧିକାରୀ ସୂଚନା ଦେଇଛନ୍ତି l ମୃତ ବୃଦ୍ଧା ଜଣକ ହେଲେ ଅମlମୁଣ୍ଡା ଗାଁର ସରସ୍ଵତୀ ପ୍ରଧାନ ବୟସ ୭୫ ବୋଲି ଜଣାପଡିଛି l ପୋଲିସ ଶବ ଜବତ କରି ତଦନ୍ତ କରୁଛି l