LIVE TV

ଆଉ ମାତ୍ର ୧୧ ଦିନ ବାକି, ସାରା ବିଶ୍ୱରେ ସମାପ୍ତ ହୋଇଯିବ Windows 10ର ସପୋର୍ଟ

NEWS7
windows10

ନୂଆଦିଲ୍ଲୀ ୩।୧୦: ସାରା ବିଶ୍ୱରେ କୋଟିକୋଟି ‘ୱିଣ୍ଡୋଜ-୧୦’ ୟୁଜର୍ସଙ୍କ ଲାଗି ସତର୍କ ଘଣ୍ଟି ବାଜିସାରିଲାଣି। ୧୪ ଅକ୍ଟୋବର ୨୦୨୫ରୁ ମାଇକ୍ରୋସଫ୍ଟ ୱିଣ୍ଡୋଜ-୧୦କୁ ଅଧିକାରୀକ ସପୋର୍ଟ ବନ୍ଦ କରିଦେବ। ଏହାର ଅର୍ଥ ହେଉଛି ଏହି ଦିନରୁ ମାଇକ୍ରୋସଫ୍ଟ ୱିଣ୍ଡୋଜ-୧୦ରେ ଚାଲୁଥିବା ଡିଭାଇସକୁ ସିକ୍ୟୁରିଟି ପ୍ୟାଚ୍, ଟେକ୍ନିକାଲ ଫିକ୍ସ ଅଥବା ନୂଆ ଫିଚର୍ସ  ମିଳିବ ନାହିଁ। ୱିଣ୍ଡୋଜ ୧୦କୁ ମାଇକ୍ରୋସଫ୍ଟ ୨୦୧୫ରେ ଲଞ୍ଚ କରିଥିଲେ ଓ ଏହା ଏବେ ତାର ଜୀବନଚକ୍ର ପୁରା କରିସାରିଛି।

ମାଇକ୍ରୋସଫ୍ଟ ଏହି ଐତିହାସିକ ଅପଗ୍ରେଡ ପରେ ୟୁଜର୍ସଙ୍କୁ ୱିଣ୍ଡୋଜ-୧୧ରେ ଅପଗ୍ରେଡ କରିବାକୁ ପରାମର୍ଶ ଦେଉଛି। ତେବେ କମ୍ପାନୀ ବର୍ଷକର ସପୋର୍ଟ ଏକ୍ସଟେନସନ ମଧ୍ୟ ଦେଉଛି, ହେଲେ ଏଥି ପାଇଁ ୟୁଜରଙ୍କୁ ପଇସା ଖର୍ଚ୍ଚ କରିବାକୁ ପଡିବ। ହେଲେ ୱିଣ୍ଡୋଜ-୧୦ ସପୋର୍ଟ ସମାପ୍ତ ହେବାର ଅର୍ଥ ଏହା ନୁହେଁ ଯେ କମ୍ପ୍ୟୁଟର କାମ କରିବା ବନ୍ଦ କରିଦେବ। ସିଷ୍ଟମ ଏବେବି ଚାଲୁ ରହିବ, କିନ୍ତୁ ସୁରକ୍ଷା ଓ ନୂଆ ଫିଚର୍ସ ଅଭାବରୁ ଏହା ହ୍ୟାକରଙ୍କ ଦ୍ୱାରା ସହଜରେ ଟାର୍ଗେଟ ହୋଇ ପାରିବ। ଏହାର ପ୍ରଭାବ ବିଶେଷ କରି ସେହି ୟୁଜରଙ୍କ ଉପରେ ପଡିବ ଯେଉଁମାନେ ନିଜ ସିଷ୍ଟମକୁ ନିୟମିତ ଅପଡେଟ କରୁ ନାହାନ୍ତି।

ତେବେ ୱିଣ୍ଡୋଜ-୧୧ ଅପଗ୍ରେଡ କରିବା ମଧ୍ୟ ଏତେ ସହଜ ନୁହେଁ ଏଥି ପାଇଁ ହାର୍ଡୱେର ଚ୍ୟାଲେଞ୍ଜ ହୋଇପାରେ। ସବୁ ୱିଣ୍ଡୋଜ-୧୦ ସିଷ୍ଟମ ୱିଣ୍ଡୋଜ-୧୧କୁ ସପୋର୍ଟ କରୁ ନାହିଁ। ପୁରୁଣା ମେସିନରେ ପର୍ଯ୍ୟାପ୍ତ ଆରଏଏମ, ଟିପିଏମ ୨.୦ ଅଥବା ସିପିୟୁ କମ୍ପାଟେବିଲିଟି ନଥିବା ଯୋଗୁ ଅପଗ୍ରେଡ ଅସମ୍ଭବ ହୋଇପାରେ। ଏଣୁ ୟୁଜର ଅପସନ ଭାବେ ଲିନକ୍ସ ଅଥବା କ୍ରୋମ ଓଏସ୍ ଭଳି ଅପରେଟିଂ ସିଷ୍ଟମ ବାଛି ପାରନ୍ତି।

ଏଥିରେ ଏକ୍ସପର୍ଟଙ୍କ କହିବା କଥା ହେଉଛି ୱିଣ୍ଡୋଜ-୧୦ ଉପଯୋଗ କରୁଥିବା ୟୁଜର୍ସ ତୁରନ୍ତ ଅପଗ୍ରେଡିଂ ପ୍ଲାନିଂ କରିବା ଦରକାର। ଯଦି ଆପଣ ୱିଣ୍ଡୋଜ-୧୧କୁ ସ୍ୱିଚ୍ କରନ୍ତି ଏଥିରେ ନା କେବଳ ସିକ୍ୟୁରିଟି ଅପଡେଟସ୍ ମିଳିବ ବରଂ ନୂଆ ଫିଚର୍ସ ଓ ଉନ୍ନତ ପରଫର୍ମାଂସ ଲାଭ ମଧ୍ୟ ମିଳିବ। ଏହି ପରିବର୍ତ୍ତନ ଉଭୟ ବ୍ୟବସାୟ ଓ ଘର ପାଇଁ ମଧ୍ୟ ଜରୁରି। ଏଣୁ କମ୍ପାନୀମାନଙ୍କୁ କାର୍ଯ୍ୟାଳୟରେ ସିଷ୍ଟମ ଅପଡେଟ କରିବାକୁ ପଡିବ, ଯାହାଦ୍ୱାରା ସମ୍ବେଦନଶୀଳ ଡାଟା ସୁରକ୍ଷିତ ରହିବ ପାରିବ।