ମୁମ୍ବାଇ : ସୋସିଆଲ୍ ମିଡିଆରେ ପୁଣି ଚର୍ଚ୍ଚାରେ ‘ଦ ରେବେଲ୍ କିଡ୍’ ଅପୂର୍ବା ମୁଖାର୍ଜୀ । ଏଥର ତାଙ୍କ ନାଁ ଜଣେ ନୂଆ ବ୍ୟକ୍ତିଙ୍କ ସହ ଯୋଡ଼ି ଯାଉଛି । ଭାଇରାଲ୍ ଭିଡିଓ ଠାରୁ ଆରମ୍ଭ କରି ପୁରୁଣା ପଡକାଷ୍ଟ କନେକ୍ସନ୍ ସବୁକିଛି ଏବେ ଦେଉଛି ନୂଆ ଇଙ୍ଗିତ । ତେବେ କିଏ ଏହି ଅମିନ ଜାଜ ? କାହିଁକି ଅପୂର୍ବାଙ୍କ ସହ ତାଙ୍କ ନାଁକୁ ନେଇ ହେଉଛି ଡେଟିଂ ଚର୍ଚ୍ଚା ଏବଂ ଭାଇରାଲ୍ ଭିଡିଓ ପରେ ଦୁହିଁଙ୍କ ରିଲେସନ କଣ ତାକୁ ନେଇ ଏବେ ଚର୍ଚ୍ଚା ଜୋର |

ରୁମର୍ଡ ବୟଫ୍ରେଣ୍ଡଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା :ସୋସିଆଲ୍ ମିଡିଆରେ ଏବେ ଜୋରଦାର ଚର୍ଚ୍ଚାରେ ଅଛନ୍ତି କଣ୍ଟେଣ୍ଟ କ୍ରିଏଟର୍ ଅପୂର୍ବା ମୁଖାର୍ଜୀ ଏବଂ ପଡକାଷ୍ଟ ହୋଷ୍ଟ ଅମିନ ଜାଜ । ଦୁହିଁଙ୍କୁ ନେଇ ଦୀର୍ଘଦିନ ଧରି ଡେଟିଂ ରୁମର୍ ଚାଲିଥିବା ବେଳେ, ନିକଟରେ ଭାଇରାଲ୍ ହୋଇଥିବା ଏକ ଭିଡିଓ ଏହି ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି । ଭିଡିଓରେ ଦୁହେଁ ପରସ୍ପରକୁ କିସ୍ କରୁଥିବାର ନଜର ଆସୁଥିବା ନେଇ ଦାବି କରାଯାଉଛି। ଏହାକୁ ନେଇ କେତେକ ଫ୍ୟାନ୍ସ ଏହାକୁ ସେମାନଙ୍କ ସମ୍ପର୍କର ‘ହାର୍ଡ ଲଞ୍ଚ୍’ ବୋଲି ମଧ୍ୟ କହୁଛନ୍ତି। କିନ୍ତୁ ଦୁହିଁଜଣଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।

କିଏ ଏହି ଅମିନ ଜାଜ ?ଅମିନ ଜାଜ ଜଣେ ପଡକାଷ୍ଟ ହୋଷ୍ଟ, DJ ଏବଂ ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟର୍ । ସେ ‘ଅନଟ୍ରିଗର୍ଡ ଉଇଥ ଅମିନ ଜାଜ’ ପଡକାଷ୍ଟ ପାଇଁ ବିଶେଷ ଭାବେ ପରିଚିତ । ୨୦୨୦ରୁ ଚାଲିଆସୁଥିବା ଏହି ପଡକାଷ୍ଟରେ ରିଲେସନସିପ୍, ପପ୍ କଲଚର୍, କମେଡି, ଇଣ୍ଟରନେଟ୍ କଲଚର୍ ଓ ବ୍ୟକ୍ତିଗତ ଅନୁଭୂତି ଭଳି ବିଭିନ୍ନ ବିଷୟରେ ଖୋଲାଖୋଲି ଆଲୋଚନା ହୋଇଥାଏ । ତାଙ୍କ ପଡକାଷ୍ଟକୁ ‘bold and unfiltered’ କଥାବାର୍ତ୍ତା ପାଇଁ ମଧ୍ୟ ଜଣାଯାଏ। ପଡକାଷ୍ଟ ବ୍ୟତୀତ ଅମିନ ଇଲେକ୍ଟ୍ରୋନିକ୍ ମ୍ୟୁଜିକ୍ ଓ DJ ଭାବେ ମଧ୍ୟ ସକ୍ରିୟ ଅଛନ୍ତି।

ଏମିତି ବଢ଼ିଲା ଡେଟିଂ ରୁମର୍ :୨୦୨୫ରୁ ଦୁହିଁଜଣଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖାଯିବା ଏବଂ ୨୦୨୬ରେ 'Lollapalooza India' ଭଳି ଇଭେଣ୍ଟରେ ସେମାନଙ୍କ ଉପସ୍ଥିତି ଡେଟିଂ ଚର୍ଚ୍ଚାକୁ ଆହୁରି ବଢ଼ାଇଥିଲା। ଏହା ସହ ଅମିନଙ୍କ ପଡକାଷ୍ଟରେ ଅପୂର୍ବାଙ୍କ ବିଷୟରେ ହେଉଥିବା ଚର୍ଚ୍ଚା ମଧ୍ୟ ଫ୍ୟାନ୍ସଙ୍କ ଧ୍ୟାନ ଆକର୍ଷଣ କରିଥିଲା। ସେପ୍ଟେମ୍ବର ୮, ୨୦୨୬ରୁ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ଅପୂର୍ବା ଏବଂ ଅମିନଙ୍କ ଭଳି ଦେଖାଯାଉଥିବା ଦୁଇଜଣଙ୍କୁ ଏକ ଘନିଷ୍ଠ ମୁହୂର୍ତ୍ତରେ ଦେଖାଯାଉଥିବା ଦାବି ହେଉଛି।

ତେବେ ଭିଡିଓଟିକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ଆସୁଛି। କେହି ଏହାକୁ ଦୁହିଁଙ୍କ ସମ୍ପର୍କର ସାର୍ବଜନୀନ ଘୋଷଣା ବୋଲି କହୁଥିବା ବେଳେ, କିଛି ମିଡିଆ ରିପୋର୍ଟ ଏହାକୁ ଏପର୍ଯ୍ୟନ୍ତ ଅନଭେରିଫାଏଡ୍ କ୍ଲିପ୍ ବୋଲି ଦର୍ଶାଇଛି। ଭାଇରାଲ୍ ଭିଡିଓ, ପୁରୁଣା ପଡକାଷ୍ଟ ଏବଂ ଦୁହିଁଙ୍କ ଏକାଠି ନଜର ଆସିବା ନେଇ ଫ୍ୟାନ୍ସ ଅନେକ ଅନୁମାନ କରୁଛନ୍ତି। କିନ୍ତୁ ଅପୂର୍ବା କିମ୍ବା ଅମିନ କେହି ମଧ୍ୟ ସେମାନେ ରିଲେସନସିପ୍ରେ ଥିବା କଥା ଅଫିସିଆଲି କହିନାହାନ୍ତି। ତେଣୁ ବର୍ତ୍ତମାନ ଏହାକୁ ଡେଟିଂ ରୁମର୍ ଭାବେ ହିଁ ଫ୍ୟାନ୍ସ ଦେଖୁଛନ୍ତି ।