LIVE TV

ଡ୍ରୋନରେ କେଉଁ ଦେଶ ଶକ୍ତିଶାଳୀ ? କେତେ ନମ୍ବରରେ ଆସିଥାଏ ଭାରତ...

NEWS7
drone

ନୂଆଦିଲ୍ଲୀ ୨୬।୦୯: ବର୍ତ୍ତମାନ ଯୁଦ୍ଧର ପ୍ରକ୍ରିୟା ସମ୍ପୂର୍ଣ୍ଣ ବଦଳି ଯାଇଛି । ଖାସ୍‌ କରି ଡ୍ରୋନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ପୂର୍ବରୁ ଯେଉଁ ଡ୍ରୋନକୁ କେବଳ ନିରୀକ୍ଷଣ ପାଇଁ ବ୍ୟବହାର କରାଯାଉଥିଲା, ଏବେ ଏହା ଏକ ଶକ୍ତିଶାଳୀ ସାମରିକ ଅସ୍ତ୍ର ପାଲଟିଛି । ଏହି ଡ୍ରୋନ୍‌ ଏବେ ଆକ୍ରମଣ, ଗୁପ୍ତଚର ଏବଂ ସବୁଠାରୁ ବିପଜ୍ଜନକ ମିଶନ ମଧ୍ୟ କରିପାରୁଛି ।  ରୁଷ-ୟୁକ୍ରେନ ଯୁଦ୍ଧରେ ଡ୍ରୋନ୍ର କରାଯାଇଛି ବହୁଳ ବ୍ୟବହାର ।

କିନ୍ତୁ ଜାଣନ୍ତି କି କେଉଁ ଦେଶ ପାଖରେ ରହିଛି ସବୁଠାରୁ ଅଧିକ ଡ୍ରୋନ୍‌ ? ଭାରତ ପାଖରେ କେତେ ରହିଛି ଡ୍ରୋନ୍  ? ବିଶ୍ୱର ସର୍ବବୃହତ ସାମରିକ ଡ୍ରୋନ୍ ଫ୍ଲିଟ୍ ରଖିଛି ୟୁନାଇଟେଡ୍‌ ଷ୍ଟେଟ । ଆମେରିକା ପାଖରେ ୧୩ ହଜାରରୁ ଅଧିକ ଡ୍ରୋନ୍ ଅଛି । ଏଥିମଧ୍ୟରୁ ଅନେକ RQ-11 Ravens ରହିଛି । ଏହାବ୍ୟତୀତ ଆଡଭାନ୍ସ ଟେକ୍ନୋଲୋଜି ସଜ୍ଜିତ MQ-9 Reaper, MQ-1C Gray Eagle, ଏବଂ RQ-4 Global Hawk ପରି ଘାତକ ଡ୍ରୋନ୍ ରହିଛି । ସରଳ ଭାବରେ କହିବାକୁ ଗଲେ, ସଂଖ୍ୟା ଏବଂ ଟେକ୍ନୋଲୋଜି ଉଭୟ ଦୃଷ୍ଟିରୁ ଆମେରିକାର କୌଣସି ତୁଳନା ନାହିଁ।

ତୁର୍କୀ ମଧ୍ୟ ଡ୍ରୋନ୍ ମାମଲାରେ ଦ୍ରୁତ ଉନ୍ନତି ସହିତ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି । ତୁର୍କୀର ବ୍ରାୟରାକତର TB2 ଡ୍ରୋନ ଅତ୍ୟନ୍ତ ଲୋକପ୍ରିୟ । ବର୍ତ୍ତମାନ ଏହି ଡ୍ରୋନ ଅନେକ ଦେଶକୁ ରପ୍ତାନି କରାଯାଉଛି । ତୁର୍କୀ ଦ୍ୱିତୀୟ ବୃହତ୍ତମ ସାମରିକ ଡ୍ରୋନ ଫ୍ଲିଟ୍ ଭାବେ ନିଜକୁ ବିଶ୍ୱ ଡ୍ରୋନ ଶକ୍ତି ଭାବରେ ପ୍ରତିଷ୍ଠିତ କରୁଛି । ଏବେ ପ୍ରଶ୍ନ ଆସୁଛି ଅଷ୍ଟ୍ରେଲିଆ ଏବଂ ଫିନଲ୍ୟାଣ୍ଡ ପାଖରେ କେତେ ରହିଛି ଡ୍ରୋନ ?

ଅଷ୍ଟ୍ରେଲିଆ ପାଖରେ ମଧ୍ୟ ୫୫୭ ଡ୍ରୋନ ଅଛି । ଏଥିରେ PD 100 ବ୍ଲାକ ହର୍ନେଟ୍ ଏବଂ MQ9 ରିପର ସାମିଲ ରହିଛି । ଫିନଲ୍ୟାଣ୍ଡରେ ମଧ୍ୟ ୪୧୨ ଡ୍ରୋନ ଅଛି । ଫିନଲ୍ୟାଣ୍ଡର ଫ୍ଲିଟରେ ଅର୍ବିଟର 2B ଏବଂ ରେଞ୍ଜର ଡ୍ରୋନ ସାମିଲ ରହିଛି । ପୋଲାଣ୍ଡରେ ମଧ୍ୟ ୧ ହଜାରରୁ ଅଧିକ ଡ୍ରୋନ ଅଛି। ଏଥିରେ ୱାରମେଟ୍ ପରି ଖତରନାକ ଡ୍ରୋନ, ଅର୍ଲିକ୍ ଏବଂ ଅର୍ବିଟର ପରି ଡ୍ରୋନ ସାମିଲ ରହିଛି। ପୋଲାଣ୍ଡର ୱାରମେଟ୍ ଡ୍ରୋନ ଏକ ଆତ୍ମଘାତୀ ଡ୍ରୋନ । ରୁଷର ଫ୍ଲିଟରେ ଓର୍ଲାନ-10 ପରି ଜାସୁସି ଡ୍ରୋନ ଏବଂ ଇସ୍ରାଏଲରୁ ଆମଦାନୀ ହୋଇଥିବା ସର୍ଚର MK II ପରି ଡ୍ରୋନ ମଧ୍ୟ ରହିଛି ।

ଏବେ ପ୍ରଶ୍ନ ଆସୁଛି ଭାରତ ପାଖରେ କେତେ ଡ୍ରୋନ ଅଛି? ଭାରତ ପାଖରେ ପ୍ରାୟ ୬୨୫ ଡ୍ରୋନ ଅଛି। ଡ୍ରୋନ ଶକ୍ତି ଦୃଷ୍ଟିରୁ ଭାରତ ଷଷ୍ଠ ସ୍ଥାନରେ ଅଛି । ଭାରତ ପାଖରେ ଇସ୍ରାଏଲ ଦ୍ୱାରା ନିର୍ମିତ ହେରନ୍ 1 ଏବଂ ସ୍ପାଏ ଲାଇଟ୍ ସାମିଲ । ତେବେ ଭାରତ ବର୍ତ୍ତମାନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ସ୍ୱଦେଶୀ ଡ୍ରୋନ୍ ଟେକ୍ନୋଲୋଜି ଉପରେ ଧ୍ୟାନ ଦେଉଛି । ଜର୍ମାନୀରେ ମଧ୍ୟ ପ୍ରାୟ ୬୭୦ ଡ୍ରୋନ୍ ଅଛି। ଏହି ଡ୍ରୋନ୍ଗୁଡ଼ିକ ନିରୀକ୍ଷଣ ଏବଂ ଯୁଦ୍ଧ ଉଭୟ ପାଇଁ ବ୍ୟବହୃତ ହୁଏ। ଫ୍ରାନ୍ସ ମଧ୍ୟ ୫୯୧ ଡ୍ରୋନ୍ ସହିତ ଏହି ଲିଷ୍ଟରେ ରହିଛି । ଫ୍ରାନ୍ସ ପାଖରେ ଥେଲ୍ସ ସ୍ପାଏ ରେଞ୍ଜର, ଜାଫ୍ରାନ୍ ପାଟ୍ରୋଲର ଏବଂ ଆମେରିକା ନିର୍ମିତ MQ-9 ରିପର ମଧ୍ୟ ଅଛି।