ଟ୍ବିନ୍‌ସିଟି ପାଇଁ ରେଡ୍ ଆଲର୍ଟ : କଟକ ଓ ଭୁବନେଶ୍ବରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା

Published By : Prameya-News7 Bureau | April 28, 2024 IST

ଭୁବନେଶ୍ବର ୨୮।୪: ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ ଟ୍ବିନ୍‌ସିଟି ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । କଟକ ଓ ଭୁବନେଶ୍ବର ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ରବିବାର ଉଭୟ ଭୁବନେଶ୍ବର ଏବଂ କଟକ ସହର ପାଇଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବାରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । 

ତେବେ ଶନିବାର ମଧ୍ୟ ଭୁବନେଶ୍ବର ଏବଂ କଟକ ସହର ପାଇଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବାରୁ ରେଡ୍‌ ଆଲର୍ଟ ଜାରି କରାଯାଇଥିଲା । ଶନିବାର ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୪ ଡିଗ୍ରୀ ପାର୍ କରିଥିଲା ।

ସେପଟେ ସକାଳ ୮ ଟା ୩୦ ସୁଦ୍ଧା ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଅନୁଗୁଳରେ ୩୬°, ଭବାନୀପାଟଣାରେ ୩୫.୫°, ତାଳଚେରରେ ୩୫.୪°, ବାରିପଦାରେ ୩୫.୨°, ବାଲେଶ୍ୱରରେ ୩୪.୮°, ଝାରସୁଗୁଡାରେ ୩୪.୪°, କେନ୍ଦୁଝରରେ ୩୪.୮°, ଟିଟଲାଗଡରେ ୩୪°, ଭଦ୍ରକରେ ୩୩.୫°, ଭୁବନେଶ୍ୱରରେ ୩୩.୪°, କଟକରେ ୩୩.୨°, ସମ୍ବଲପୁରରେ ୩୩.୨°, ଚାନ୍ଦବାଲିରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।


You Can Read :

କଲବଲ କରିବ ତାତି, ରାଜଧାନୀ ପାରଦ ଛୁଇଁବ ୪୬ ଡିଗ୍ରୀ !

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.