୧୫ ତାରିଖ ଯାଏଁ ଉପକୂଳରେ ବର୍ଷା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ

Published By : Prameya-News7 Bureau | May 12, 2024 IST

ଭୁବନେଶ୍ୱର ୧୨୪।୦୫ : ରାଜ୍ୟରେ ଆସନ୍ତା ୧୫ ତାରିଖ ଯାଏ ଉପକୂଳର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୧୨ରେ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ହୋଇପାରେ । ୧୩ରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଢେଙ୍କାନାଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି । କିନ୍ତୁ ୧୬-୧୭ରୁ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ଗ୍ରୀଷ୍ମପ୍ରବାହ ଫେରିପାରେ । ସେବେ କାଳବୈଶାଖୀର ପ୍ରଭାବ ରହିବନି ଓ ତାତି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

୧୨ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଅଛି ।  କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେବ । ଏସବୁ ଜିଲ୍ଲାର କିଛି ସ୍ଥାନରେ ଝଡ଼ ବର୍ଷା ହୋଇପାରେ । ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ଅଛି । ୧୩ରେ  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଜଗତସିଂହପୁର, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ଝଡ଼ ବର୍ଷା ହେବ । ବିଭିନ୍ନ ସ୍ଥାନରେ ଜୋର୍‌ରେ ପବନ ବହିବ । ୧୪ ଓ ୧୫ ତାରିଖରେ ବି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଶନିବାର ନୂଆପଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରହିଛି । ଝାରସୁଗୁଡ଼ାରେ ୪୧.୫ ଡିଗ୍ରୀ, ସମ୍ବଲପୁର, ହୀରାକୁଦ ଓ ବୌଦ୍ଧରେ ୪୧.୨, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ୪୦.୫, ଭବାନୀପାଟଣାରେ ୪୦.୨, ଟିଟିଲାଗଡ଼ରେ ୪୦ ଡିଗ୍ରୀ ରେକର୍ଡ ହୋଇଛି ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.