୪-୫ ଦିନ ଯାଏଁ ବଢିବନି ପାରଦ, ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ନେଇ ଆଲର୍ଟ

Published By : Prameya-News7 Bureau | May 11, 2024 IST

ଭୁବନେଶ୍ୱର ୧୧।୦୫: ଉତ୍ତର ଉପକୂଳ ଓଡ଼ିଶାରେ ବଢ଼ିବ କାଳବୈଶାଖୀ। ଶନିବାର ଉତ୍ତର ଉପକୂଳର ଅନେକ ସ୍ଥାନ ଓ ଦକ୍ଷିଣ ଉପକୂଳର ଅଳ୍ପ କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଓଡ଼ିଶାର ସ୍ଥାନେ ସ୍ଥାନେ ବି ବର୍ଷା ସମ୍ଭାବନା ଅଛି। 

ଶନିବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ କାଳବୈଶାଖୀ ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା ନେଇ ୱାର୍ଣ୍ଣିଂ ଜାରି ହୋଇଛି । ୧୫ ଓ ୧୬ରେ ବଡ଼ଧରଣର କାଳବୈଶାଖୀ ସମ୍ଭାବନା କମ୍‌ । ତଥାପି କିଛି ଜାଗାରେ ବର୍ଷା ହେବ । ଆସନ୍ତା ୪-୫ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । 

ଶୁକ୍ରବାର ନୂଆପଡ଼ାରେ ସର୍ବାଧିକ ତାପମାତ୍ରା  ୪୨.୨ ଡିଗ୍ରୀ ସେଲସିୟସ୍‌, ମାଲକାନଗିରି ୪୧.୫, ବଲାଙ୍ଗୀର ୪୦, ସମ୍ବଲପୁର ୩୯.୮,  ଭୁବନେଶ୍ୱର ୩୮.୨, ସୁନ୍ଦରଗଡ଼ ୩୮.୭, ହୀରାକୁଦ ୩୮.୯, ଭବାନୀପାଟଣା ୩୮.୮,  ସୋନପୁର ୩୯.୩, ବୌଦ୍ଧ ୩୮.୫, ଟିଟିଲାଗଡ଼ ୩୯ ଡିଗ୍ରୀ ସେଲସିୟସ୍‌ ଥିଲା ।   ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ପାରାଦୀପରେ ୧୭.୪ ମିଲିମିଟର, ଚାନ୍ଦବାଲିରେ ୧୪.୨,  ବାରିପଦାରେ ୧୦ ମିମି ବର୍ଷା ହୋଇଥିଲା । ସନ୍ଧ୍ୟାରେ ରାଜଧାନୀରେ ହାଲୁକା ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.