ଦୁନିଆର ୧ନଂ ଖେଳାଳି; କ୍ରିକେଟର ହୋଇନଥିଲେ, କଣ କରିଥାନ୍ତେ ?

Published By : Prameya-News7 Bureau | May 04, 2024 IST

ନୂଆଦିଲ୍ଲୀ ୦୪।୦୫: ବିରାଟ କୋହଲି । ଦୁନିଆର ଟପ୍‌ କ୍ରିକେଟଙ୍କ ମଧ୍ୟରେ ସାମିଲ୍‌ । ନିଜ ପର୍ଫମାନ୍ସ ଜରିଆରେ ଫ୍ୟାନ୍ସଙ୍କ ହୃଦୟରେ କରୁଛନ୍ତି ରାଜ୍‌ । କୋହଲି କ୍ରିକେଟରୁ ଭଲ ରୋଜଗାର କରୁଛନ୍ତି । ଏହାସହିତ ବିଜନେସ୍‌ ବି କରିଥାନ୍ତି କିଙ୍ଗ କୋହଲି । କିନ୍ତୁ ଯଦି କୋହଲି କ୍ରିକେଟର ନହୋଇଥାନ୍ତେ ତେବେ କଣ କରିଥାନ୍ତେ ? ବୋଧହୁଏ ବିଜନେସ୍‌ କରୁଥାନ୍ତେ ବିରାଟ । କିନ୍ତୁ ଏହା ଖୁବ୍‌ କ୍ଷତିରେ ଚାଲୁଥାନ୍ତି । ଏକଥା ଆମେ କହୁନୁ ଏକଥା ନିଜେ କହିଛନ୍ତି ବିରାଟ କୋହଲି । ବାସ୍ତବରେ ସୋସିଆଲ୍‌ ମିଡିଆରେ କୋହଲିଙ୍କ ଏକ ଭିଡିଓ ଭାଇରାଲ୍‌ ହେଉଛି । ଯେଉଁଥିରେ ବିରାଟ ଏପରି କିଛି କହିଛନ୍ତି । 

ଏକ ଇଣ୍ଟରଭ୍ୟୁରେ କୋହଲିଙ୍କୁ ପଚାଯାଇଥିଲା କି ସେ ଯଦି କ୍ରିକେଟର ହୋଇନଥାନ୍ତେ ତେବେ କଣ କରିଥାନ୍ତେ । ଏହି ସମୟରେ କୋହଲି ଉତ୍ତର ଦେଇଥିଲେ କି ସେ କିଛି ନା କିଛି ବିଜନେସ୍‌ କରୁଥାନ୍ତେ । କିନ୍ତୁ ସତ କହିବାକୁ ଗଲେ ବିଜନେସ୍‌ କରିବା ମତେ ଆସେନି । ବର୍ତ୍ତମାନ ଅଳ୍ପ ଅଳ୍ପ ବୁଝିପାରୁଛନ୍ତି ବିଜନେସ୍‌କୁ । ଯଦି ବିନା କ୍ରିକେଟରେ ସେ ବିଜନେସ୍‌ କରିଥାନ୍ତେ ତେବେ ୨୦୦ ପ୍ରତିଶତ ଲୋକ ମତେ ବୋକା ବନେଇ ଦେଇଥାନ୍ତେ । 

ତେବେ କୋହଲିଙ୍କ ଏହି ଭିଡିଓ କ୍ଲିପ୍‌ରେ ଅନେକ ଫ୍ୟାନ୍ସ ରିଆକ୍ସନ୍‌ ଦେଉଛନ୍ତି । ଫ୍ୟାନ୍ସ ଅନେକ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି । ତେବେ କୋହଲିଙ୍କ ରୋଜଗାର ବିଷୟରେ କହିବାକୁ ଗଲେ ସେ କ୍ରିକେଟ ସହିତ ବିଜନେସ୍‌ ବି କରିଥାନ୍ତି । ସେ ଅନେକ ବଡ ବଡ ବ୍ରାଣ୍ଡ ସହିତ କଂଟ୍ରାକ୍ଟ ସାଇନ୍‌ କରିଛନ୍ତି । ଏହା ଜରିଆରେ ସେ କୋଟିକୋଟି ଟଙ୍କା ରୋଜଗାର କରିଥାନ୍ତି । କୋହଲି ରୋଜଗାର ଦୃଷ୍ଟିରୁ ଦୁନିଆର ଟପ୍‌ ଆଥଲେଟ୍‌ଙ୍କ ଲିଷ୍ଟରେ ଆସିଥାନ୍ତି । 

କହିରଖୁଛୁ କି କୋହଲି ଆଇପିଏଲ୍‌ ୨୦୨୪ରେ ଶାନଦାର ପ୍ରଦର୍ଶନ କରୁଛନ୍ତି । କିନ୍ତୁ ତାଙ୍କ ଟିମ୍‌ କିଛି ଖାସ୍ ପ୍ରଦର୍ଶନ କରିପାରିନି । କୋହଲିଙ୍କ ଆରସିବି ଚଳିତ ସିଜିନ୍‌ରେ ୧୦ଟି ମ୍ୟାଚ୍‌ ଖେଳିଛି । ଏହି ସମୟରେ କେବଳ ୩ ମ୍ୟାଚ୍‌ ହିଁ ଜିତିଛି । ରୟାଲ ଚ୍ୟାଲେଞ୍ଜର ବ୍ୟାଙ୍ଗଲୋର ୭ ମ୍ୟାଚ୍‌ର ହାର୍‌କୁ ସାମ୍ନା କରିବାକୁ ପଡିଛି । ସେ ପଏଣ୍ଟ ଟେବୁଲ୍‌ର ସବୁଠାରୁ ଶେଷରେ ରହିଛି । ଆରସିବି ପାଖରେ ମାତ୍ର ୬ ପଏଣ୍ଟ ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.