ସୁନୀଲ ଗାଭାସ୍କରଙ୍କ ଭବିଷ୍ୟତବାଣୀ, ଏହି ଦଳ ଏକତରଫା ଜିତିବ ଏଲିମିନେଟର ମ୍ୟାଚ୍

Published By : Prameya-News7 Bureau | May 22, 2024 IST

Mykhel

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଜି  ଖେଳା ଯିବାକୁ ଥିବା ଆଇପିଏଲ୍ ୨୦୨୪ର ଏନିମିଲେଟର ମ୍ୟାଚ୍‌କୁ ନେଇ ବଡ଼ ଭବିଷ୍ୟତବାଣୀ କରିଛନ୍ତି ମହାନ କ୍ରିକେଟର ସୁନୀଲ ଗାଭାସ୍କର। ସେ କହିଛନ୍ତି ଏହି ମୁକାବିଲା ଏକତରଫା ହେବ। ହାରିବା ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ ଏବଂ ଜିତିବା ଦଳ ଦ୍ଵିତୀୟ କ୍ଵାଲିଫାୟରରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ। 

ସୁନୀଲ ଗାଭାସ୍କର ଷ୍ଟାର ସ୍ପୋର୍ଟ୍ସ ସହ ଆଲୋଚନା ବେଳେ ଭବିଷ୍ୟତବାଣୀ କରି କହିଛନ୍ତି ଆରସିବି ଏହି ମ୍ୟାଚ୍‌କୁ ଏକତରଫା ଭାବେ ଜିତିବ। ଆରସିବି ଚଳିତ ସିଜିନରେ ଯାହା କରିଛି ତାହା ଅଦ୍ଭୁତପୂର୍ବ। ସର୍ବପ୍ରଥମେ ଖେଳାଳିଙ୍କୁ ବିଶ୍ଵାସ କରିବା ଉଚିତ୍ ଯେ ସେମାନେ ପ୍ରତ୍ୟାବର୍ତ୍ତନ କରି ପାରିବେ। ଏଥିପାଇଁ ପ୍ରମୁଖ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଫାଫ ଡୁପ୍ଲେସିସ୍, ବିରାଟ କୋହଲି ଦଳର ଅନ୍ୟ ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି। ଏହି ଦୁଇ ଖେଳାଳି ଦଳ ପାଇଁ ଅସାଧାରଣ ପ୍ରଦର୍ଶନ କରୁଛନ୍ତି। 

Also read: ଲାଇଭ୍ ଶୋ’ ବେଳେ କ୍ୟାମେରା ସାମ୍ନାକୁ ଭୁଲ୍‌ରେ ପଶି ଆସିବାରୁ କ୍ଷମା ମାଗିଲେ ଶାହରୁଖ ଖାନ୍: ଭିିଡିଓ ଭାଇରାଲ୍

ଗାଭାସ୍କର କହିଛନ୍ତି, ରାଜସ୍ଥାନ ଲଗାତାର ୪ଟି ମ୍ୟାଚ୍ ପରାଜିତ ହେବା ସହ ନିଜର ଶେଷ ଲିଗ୍ ମ୍ୟାଚ୍ ବି ଖେଳିନି। ସେମାନେ ଅଭ୍ୟାସ ବି କରି ପାରି ନାହାନ୍ତି। ଯେମିତି ପ୍ରଥମ କ୍ଵାଲିଫାୟର ମ୍ୟାଚ୍‌ରେ କୋଲକାତା ଏକତରଫା ବିଜୟୀ ହେଲା ଏଲିମିନେଟର ମ୍ୟାଚ୍ ସେମିତି ହୋଇପାରେ ବୋଲି କହିଛନ୍ତି ଗାଭାସ୍କର। ଯଦି ବେଙ୍ଗାଲୁରୁ ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ନ କରେ ତେବେ ଏହା ଆଶ୍ଚର୍ଯ୍ୟଜନକ ହେବ। କାରଣ ରାଜସ୍ଥାନ ଲୟରେ ନାହିଁ। 

ସୂଚନାଯୋଗ୍ୟ, ଆଇପିଏଲ୍ ୨୦୨୪ ଏଲିମିନେଟର ମ୍ୟାଚ୍ ପୂର୍ବରୁ ରାଜସ୍ଥାନ ରୟାଲ୍ସ ନିଜର ଲୟ  ହରାଇ ସାରିଛି। କାରଣ ଦଳ ଗତ ୫ଟି ମ୍ୟାଚ୍‌ରୁ ଗୋଟିଏ ହେଲେ ଜିତି ପାରିନି। ଅନ୍ୟପଟେ ଆରସିବି ଲଗାତାର ୬ଟି ମ୍ୟାଚ୍ ଜିତି ପ୍ଲେ ଅଫ୍‌ରେ ପ୍ରବେଶ କରିବା ସହ ଫର୍ମରେ ରହିଛି। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.