ଅହମ୍ମଦାବାଦ ୨୨।୦୫: ବୁଧବାର ଦିନ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ଏଲିମଟର ମ୍ୟାଚ୍ । କିନ୍ତୁ ଏହାର ଦିନକୁ ପୂର୍ବରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଖବର । ଏହି ମ୍ୟାଚ୍ ପୂର୍ବରୁ ଆରସିବି ଅଭ୍ୟାସକୁ ବାତିଲ କରିଦେଇଛି । ଏକ ରିପୋର୍ଟ ଅନୁଯାୟୀ ବିରାଟ କୋହଲି ଘୁରି ବୁଲୁଛି ବିପଦରେ । ତାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ବାତିଲ କରାଯାଇଛି।
ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଦିଆଯାଇନାହିଁ । ରିପୋର୍ଟରେ ଦାବି କରାଯାଇଛି ଯେ ବିରାଟ କୋହଲିଙ୍କ ସମେତ ସମଗ୍ର ଦଳର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ବାସ୍ତବରେ ୨୦ ମ ସୋମବାର ରାତିରେ ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଅହମ୍ମଦାବାଦରେ ଚାରି ଜଣଙ୍କୁ ପୋଲିସ ଗିରଫ କରିଥିଲା । ଯାହା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଆରସିବି ଏହି ନିଷ୍ପତ୍ତି ନେଇଥିଲା।
ଏକ ରିପୋର୍ଟରେ କୁହାଯାଇଛି କି ଆରସିବି କୌଣସି କାରଣ ନ ଦର୍ଶାଇ ମଙ୍ଗଳବାର ଦିନ ଧାର୍ଯ୍ୟ କରାଯାଇଥିବା ଅଭ୍ୟାସକୁ ବାତିଲ କରିଦେଇଛି । କେବଳ ଅଭ୍ୟାସ ନୁହେଁ, ଏହାପରେ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀ ମଧ୍ୟ ରଦ୍ଧ କରିଛି । ମଙ୍ଗଳବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ କ୍ୟାଲେଫାଇ ମ୍ୟାଚ୍ ପାଇଁ ଆରସିବି ଏବଂ ରାଜସ୍ଥାନ ଗୁଜୁରାଟ କଲେଜ ଗ୍ରାଉଣ୍ଡରେ ଅଭ୍ୟାସ କରିବାକୁ ଯାଉଥିଲେ କିନ୍ତୁ ଆରସିବି ଏହାକୁ ବାତିଲ କରିଦେଇଥିଲା। ଯଦିଓ ରାଜସ୍ଥାନ ଦଳ ଅଭ୍ୟାସ ପାଇଁ ଆସିଥିଲେ, ସେମାନେ ମଧ୍ୟ କୌଣସି ସାମ୍ବାଦିକ ସମ୍ମିଳନୀ କରିନାହାଁନ୍ତି।
ରିପୋର୍ଟରେ ଅନୁଯାୟୀ ଅହମ୍ମଦାବାଦରେ କୋହଲି ସମେତ ଭାରତ ଏବଂ ଦୁନିଆର ଅନେକ କ୍ରିକେଟର ରହିଛନ୍ତି । ଆଉ ଏହାରି ମଧ୍ୟରେ ସନ୍ଦିଗ୍ଧଙ୍କ ଗିରଫ ଏବଂ ସେମାନଙ୍କ ନିକଟରୁ ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର ସୁରକ୍ଷା ଏଜେନ୍ସି ମାନଙ୍କୁ ସତର୍କ କରାଇ ଦେଇଥିଲା। ଏଭଳି ପରିସ୍ଥିତିରେ ପୋଲିସ ଉଭୟ ଦଳକୁ ସୂଚନା ଦେଇଥିଲା । ଏହାପରେ ବେଙ୍ଗାଲୁରୁ ଅଭ୍ୟାସ ବାତିଲ କରିଥିବାବେଳେ ରାଜସ୍ଥାନ ପଡ଼ିଆକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲା। ତେବେ ଆରସିବି କିମ୍ବା ପୋଲିସ ଏନେଇ କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି।