ଅନୁଷ୍କାଙ୍କୁ ଫଲୋ କରୁଛନ୍ତି କ୍ୟାଟ୍ରିନା ! କ’ଣ ଲଣ୍ଡନରେ ଦେବେ କି ପ୍ରଥମ ସନ୍ତାନକୁ ଜନ୍ମ ?

Published By : Prameya-News7 Bureau | May 22, 2024 IST

ମୁମ୍ଵାଇ ୨୨।୦୫: ଚଳିତ ବର୍ଷ ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ। ସେପ୍ଟେମ୍ବରରେ ସେମାନେ ନିଜ ପିଲାଙ୍କୁ ସ୍ୱାଗତ କରିବାକୁ ଯାଉଛନ୍ତି ବୋଲି ଏହି ଦମ୍ପତି କହିଥିଲେ। ଏହି ଦମ୍ପତିଙ୍କ ପରେ ବର୍ତ୍ତମାନ କ୍ୟାଟ୍ରିନା ଏବଂ ଭିକିଙ୍କ ବିଷୟରେ ଖବର ଆସିଛି ଯେ ସେମାନେ ମଧ୍ୟ ଖୁବ୍‌ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି।

ସୋସିଆଲ ମିଡିଆରେ କ୍ୟାଟ୍‌ଙ୍କର ଏକ ଭିଡିଓ ସାମ୍ନାକୁ ଆସିବା ପରେ ନା ନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କ ସହ ବିଦେଶର ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି। ଏହା ପରେ ଲୋକମାନେ ଅଭିନେତ୍ରୀଙ୍କ ଗର୍ଭଧାରଣ ବିଷୟରେ ଆଲୋଚନା କରିବା ଆରମ୍ଭ କରିଚନ୍ତି। ହେଲେ ଏହି ଖବର ଗୁଡିକ ଉପରେ କ୍ୟାଟ୍ରିନା ଏବଂ ବିକି ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କିନ୍ତୁ କ୍ୟାଟ୍ରିନାଙ୍କ ନିକଟବର୍ତ୍ତୀ ଲୋକମାନେ ଗର୍ଭଧାରଣ ଖବରକୁ ମିଥ୍ୟା ବୋଲି କହିଛନ୍ତି।

କିନ୍ତୁ ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ଅଭିନେତ୍ରୀ ଗର୍ଭବତୀ ଏବଂ ଲଣ୍ଡନରେ ପ୍ରସବ ହୋଇପାରେ। ହେଲେ ଅନ୍ୟ କିଛି ମିଡିଆ ଏହି ଖବରକୁ ନିଶ୍ଚିତ କରି ନାହାନ୍ତି। କହିବାକୁ ଗଲେ କ୍ୟାଟ୍ରିନା ବ୍ରିଟେନର ବାସିନ୍ଦା। ତାଙ୍କର ପିଲାଦିନ ସେଠାରେ ବିତାଇଥିଲା । ଚଳିତ ବର୍ଷ ଆରମ୍ଭରେ ଅନୁଷ୍କା ଶର୍ମା ଏବଂ ବିରାଟ ମଧ୍ୟ ପୁଅ ଅକାୟଙ୍କ ପିତାମାତା ହୋଇଥିଲେ। ସେମାନେ ଲଣ୍ଡନରେ ସେମାନଙ୍କର ଜନ୍ମ ଦେଇଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.