ଜିତିବା ହାରିବାରେ ପଡିବନି ଫରକ୍‌ ? IPL ଟିମ୍‌ ଉପରେ ହେବ ଟଙ୍କା ବର୍ଷା…

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ ୨୨।୦୫: ଆଇପିଏଲ୍ ୨୦୨୪ର ଏଲିମିନେଟର୍ ମ୍ୟାଚ୍ । ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ । ବୁଧବାର ସନ୍ଧ୍ୟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ଯେଉଁ ଦଳ ଆଇପିଏଲ୍ ୨୦୨୪କ ଅନ୍ତିମ ମ୍ୟାଚ୍ ଜିତିବ, ସେହି ଟିମ୍‌ ପୁରସ୍କାର ରାଶି ଭାବରେ କୋଟିକୋଟି ଟଙ୍କା ମିଳିବ । ସେହିପରି ହାରିବା ଟିମ୍‌କୁ ମଧ୍ୟ ମିଳିବ ବିପୁଳ ପରିମାଣର ଅର୍ଥ । 

ଯେଉଁ ଟିମ୍‌ ଆଇପିଏଲ୍‌ ୨୦୨୪ର ଟାଇଟଲ ହାତେଇବ, ସେହି ଟିମ୍‌କୁ ପୁରସ୍କାର ରାଶି ଭାବେ ମିଳିବ ୨୦ କୋଟି  ଟଙ୍କା । ସେହିପରି ଯେଉଁ ଟିମ୍‌ ଫାଇନାଲ୍‌ ମ୍ୟାଚ୍‌ରେ ହାରିବ ତାକୁ ମିଳିବ ୧୩ କୋଟି ଟଙ୍କା । ଏହାବ୍ୟତୀତ ଅନ୍ୟ ଟିମ୍‌ ମଧ୍ୟ ଭଲ ରକମ ମିଳିବ । ଟୁର୍ଣ୍ଣାମେଣ୍ଟରେ ତୃତୀୟ ଏବଂ ଚତୁର୍ଥ ସ୍ଥାନ ହାସଲ କରିଥିବା ଟିମ୍‌କୁ ମିଳିବ ୭ କୋଟି ଏବଂ ୬.୫ କୋଟି ଟଙ୍କା । 

ତେବେ ବିଜେତା କିମ୍ବା ହାରିଥିବା ଟିମ୍‌ ଏଲିମିନେଟରରେ କେତେ ଟଙ୍କା ପାଇବେ ସେ ନେଇ କୌଣସି ଅଫିସିଆଲ୍ ସୂଚନା ଉପଲବ୍ଧ ନାହିଁ । କିନ୍ତୁ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉଭୟ ଟିମ୍‌କୁ ମିଳିଥାଏ ଟଙ୍କା ।  IPL ୨୦୨୪ର ପଏଣ୍ଟ ଟେବୁଲକୁ ନଜରକୁ ନେଲେ ରାଜସ୍ଥାନ ରୟାଲ୍ସ ତୃତୀୟ ସ୍ଥାନରେ ରହିଛି । ଯେତେବେଳେ କି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚତୁର୍ଥ ସ୍ଥାନରେ ରହିଛି ।  ଏହି କାରଣରୁ ଉଭୟ ଟିମ୍‌ ମଧ୍ୟରେ ଖେଳାଯିବ ଏଲିମିନେଟର ମ୍ୟାଚ୍ ।  

ପ୍ରଥମ କ୍ୟାଲିଫାୟର ମ୍ୟାଚ୍‌ରେ କେକେଆର୍ SRHକୁ ପରାସ୍ତ କରିଛି । ଏହି ବିଜୟ ସହିତ କେକେଆର ଫାଇନାଲରେ କରିଛି ଏଣ୍ଟ୍ରି । କିନ୍ତୁ ହାଇଦ୍ରାବାଦ ଟିମ୍‌ ଖେଳିବ ୨ୟ କ୍ୟାଲିଫାଏ ମ୍ୟାଚ୍‌ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.