ଏହି ରାଜ୍ୟରେ ଗାଁ’ ଲୋକଙ୍କ ପାଇଁ ବଡ ଉପହାର ! ଗାଈ ଚରାଇଲେ ସରକାର ଦେବେ ମାସିକ ଦରମା

NEWS7
virat-kohli-on-dhoni-as-appointed-mentor-in-team-india

ନୂଆଦିଲ୍ଲୀ ୨୭। ୦୨; ରାଜସ୍ଥାନ ସରକାର ‘ଗାଓଁ ଗ୍ୱାଲା ୟୋଜନା’ ଆରମ୍ଭ କରିଛନ୍ତି । ଏହି ଯୋଜନା ଅନୁସାରେ, ଗାଁରେ ଗାଈ ଚରାଇବା ପାଇଁ ଲୋକଙ୍କୁ ଚାକିରି ଦିଆଯାଉଛି । କୋଟା ଜିଲ୍ଲାର ଖେଡ଼ଲି ଗାଁରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ୧୪ ଗାଁରେ ଜଣେ ଜଣେ ଗୋପାଳକଙ୍କୁ ନିଯୁକ୍ତ କରାଯାଇଛି । ସେମାନଙ୍କୁ ପ୍ରତି ମାସ ୧୦ ହଜାର ଟଙ୍କା ଦରମା ଦିଆଯିବ ।

ଏହି ଗାଈ ଚରାଳି ପ୍ରତ୍ୟେକ ସକାଳେ ଗାଁର ସମସ୍ତ ଗାଈଙ୍କୁ ଏକତ୍ର କରିବେ । ଗାଈ ଚରାଇବାକୁ ନେବେ ଏବଂ ସେମାନଙ୍କର ଯତ୍ନ ନେବେ । ପ୍ରାୟ ୭୦ ଗାଈ ପାଇଁ ଜଣେ ଗାଈ ଚରାଳିଙ୍କୁ ନିଯୁକ୍ତ କରାଯିବ । ଯଦି କୌଣସି ଗାଁରେ ଗାଈ ସଂଖ୍ୟା ଅଧିକ ହେବ, ସେଠାରେ ୨-୩ ଜଣଙ୍କୁ ନିଯୁକ୍ତି ଦିଆଯିବ । ଗ୍ରାମବାସୀ ଏମାନଙ୍କୁ ଦରମା ଦେବେ । ସରକାରଙ୍କ କହିବା ଅନୁସାରେ, ଏହା ଦ୍ୱାରା ଗାଈଙ୍କର ଭଲରେ ଯତ୍ନ ନିଆଯାଇ ପାରିବ । ରାସ୍ତାରେ ବୁଲୁଥିବା ଗାଈଙ୍କ ସମସ୍ୟା କମିବ । ସବୁଠୁ ବଡ଼ କଥା, ଗାଁରେ ଲୋକଙ୍କୁ ରୋଜଗାର ମିଳିବ ।

ଅଧିକ ପଢନ୍ତୁ-    ଡ୍ରାଇଭିଂ ଲାଇସେନ୍ସରେ ଦିଆଯିବ ନମ୍ବର : ନିୟମ ନମାନିଲେ କଟିଯିବ ପଏଣ୍ଟ୍, ବାତିଲ ହେବ DL