ଥଲାପତି ବିଜୟଙ୍କ 'ଜନ ନାୟଗନ' ଉପରେ ମାଦ୍ରାସ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି, ମିଳିଲା U/A ସାର୍ଟିଫିକେଟ୍

NEWS7
virat-kohli-on-dhoni-as-appointed-mentor-in-team-india

ନୂଆଦିଲ୍ଲୀ ୦୯।୦୧; ଥଲାପତି ବିଜୟଙ୍କ ଫିଲ୍ମ "ଜନ ନାୟଗନ"ର ମୁକ୍ତିଲାଭକୁ ନେଇ ବହୁ ବିବାଦ ଦେଖା ଦେଇଥିଲା। ଏହି ଫିଲ୍ମଟି ପ୍ରଥମେ ୯ ଜାନୁଆରୀ ୨୦୨୬ରେ ପ୍ରଭାସଙ୍କ "ଦି ରାଜା ସାବ" ସହ ମୁକ୍ତିଲାଭ କରିବାର ପ୍ଲାନିଂ ଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ(CBFC) ଠାରୁ ଅନୁମତି ମିଳି ନଥିଲା। ଯାହା ଫଳରେ ଏହାର ରିଲିଜକୁ ସ୍ଥଗିତ ରଖିବାକୁ ପଡିଲା। କିନ୍ତୁ, ଯେତେବେଳେ ମାମଲା ମାଡ୍ରାସ ହାଇକୋର୍ଟରେ ପହଞ୍ଚିବା ପରେ ସବୁ ଜିନିଷ ସ୍ପଷ୍ଟ ହୋଇଗଲା। କୋର୍ଟ ଫିଲ୍ମକୁ U/A ପ୍ରମାଣପତ୍ର ଦେବାକୁ CBFCକୁ ନିର୍ଦ୍ଦେଶ ଦେଇଥିଲେ।

ବିଜୟଙ୍କ ଫିଲ୍ମ "ଜନ ନାୟଗନ"ର ମୁକ୍ତିଲାଭକୁ ନେଇ ଚାଲିଥିବା ସେନ୍ସରସିପ୍ ବିବାଦର ସମାଧାନ ଏବେ ହୋଇଛି। ମାଦ୍ରାସ ହାଇକୋର୍ଟ ଫିଲ୍ମର ପ୍ରଯୋଜକଙ୍କ ସପକ୍ଷରେ ରାୟ ଦେଇ ଏହାର ରିଲିଜ୍ ତାରିଖକୁ ସ୍ପଷ୍ଟ କରିଛନ୍ତି। ହେଲେ ନୂଆ ରିଲିଜ୍ ଡେଟ୍ ଏପର୍ଯ୍ୟନ୍ତ ସ୍ଥିର ହୋଇପାରି ନାହିଁ। କୋର୍ଟ ରାୟ ଦେଇଛନ୍ତି ଯେ CBFC ଅଧ୍ୟକ୍ଷଙ୍କ ପାଖରେ ଫିଲ୍ମକୁ ସମୀକ୍ଷା କମିଟିକୁ ପଠାଇବାର କୌଣସି ଅଧିକାର ନାହିଁ। କୋର୍ଟ ଜାନୁଆରୀ ୬ ତାରିଖରେ ଜାରି ହୋଇଥିବା CBFCର ଚିଠିକୁ ରଦ୍ଦ କରିଛନ୍ତି ଏବଂ ବୋର୍ଡକୁ ତୁରନ୍ତ U/A ପ୍ରମାଣପତ୍ର ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଜୟଙ୍କ ଶେଷ ଫିଲ୍ମ 'ଜନ ନାୟଗନ' ଡିସେମ୍ବର ୧୮ ତାରିଖରେ CBFCରେ ଦାଖଲ କରାଯାଇଥିଲା। ସେହି ସମୟରେ ୨୭ କଟ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ପାଳନ କରି, ନିର୍ମାତା କିଛି ଆବଶ୍ୟକୀୟ ପରିବର୍ତ୍ତନ କରିବା ସହ ପ୍ରମାଣପତ୍ର ପାଇଁ ପୁନଃ ଦାଖଲ କରିଥିଲେ। କିନ୍ତୁ ସେମାନେ ପ୍ରମାଣପତ୍ର ପାଇନଥିଲେ। ଯାହା ପରେ ନିର୍ମାତା ମାଦ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ଦେଖିବାକୁ ବାକି ଅଛି ଯେ ଫିଲ୍ମର ନୂଆ ରିଲିଜ୍ ଡେଟ୍ କେବେ ହେବ। ଯାହା ଏପର୍ଯ୍ୟନ୍ତ ନିର୍ମାତାଙ୍କ ଦ୍ୱାରା ଘୋଷଣା କରାଯାଇ ନାହିଁ।