ଭୁବନେଶ୍ବର: ଗିରଫ ହେଲେ ଲାଞ୍ଚୁଆ ଅଡିଟର ଅମ୍ବିକା ପ୍ରସାଦ ରଥ ଗିରଫ। ମଙ୍ଗଳବାର ଶିକ୍ଷା ବିଭାଗ ରିଜିଓନାଲ ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟରଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। ଏହା ପୂର୍ବରୁ ମଙ୍ଗଳବାର ତାଙ୍କୁ ୪ ହାଜର ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ ଟିମ୍ । ପରେ ତାଙ୍କ ଘର ଏବଂ ଅଫିସରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍। ଆଉ ଏହି ରେଡରୁ ବିପୁଳ ପରିମାଣର ଟଙ୍କା ଜବତ କରିଛି ଭିଜିଲାନ୍ସ।

ସୂଚନା ଅନୁସାରେ, ଶିକ୍ଷା ବିଭାଗ ଅଡିଟର ଅମ୍ବିକା ପ୍ରସାଦ ରଥ ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ ଡିଗ୍ରୀ କଲେଜର ସର୍ଭିସ ଭେରିଫିକେସନ ପାଇଁ ଲାଞ୍ଚ ନେଉଥିବା ବେଳେ ଅମ୍ବିକାଙ୍କୁ ଧରିଥିଲା ଭିଜିଲାନ୍ସ। ଯାହା ପରେ ତାଙ୍କ ଘର ଏବଂ ଅଫିସରେ ରେଡ୍ କରିଥିଲା ଭିଜିଲାନ୍ସ। ଏହି ରେଡରୁ ଅଡିଟରଙ୍କ ଅଫିସ ଡ୍ରୟରରୁ ୧ ଲକ୍ଷ ୨୮ ହଜାର ଜବତ ହୋଇଥିବା ବେଳେ, ଘରୁ ୨୭ ଲକ୍ଷ ୪୨ ହଜାର ଟଙ୍କା ମିଳିଛି।

Also Read: Vigilance Raid: ସରକାରୀ ଅର୍ଥ ହରିଲୁଟ୍, ବନ୍ଧା ହେଲେ ବାପା-ମାଆ, ପୁଅ ସହ କ୍ଲର୍କ​​​​​​​