SCB ମେଡିକାଲରେ ଟଳିଗଲା ବଡ ଦୁର୍ଘଟଣା, ସର୍ଟ ସର୍କିଟ୍‌ରୁ ଭେଣ୍ଟିଲେଟରରେ ଲାଗିଲା ନିଆଁ

Published By : Prameya-News7 Bureau | May 05, 2024 IST

କଟକ ୫।୫: କଟକ ଏସସିବି ମେଡ଼ିକାଲରେ ଏକ ବଡ ଦୁର୍ଘଟଣା ଟଳିଗଲା । ରବିବାର ମଧ୍ୟାହ୍ନରେ ସେଣ୍ଟ୍ରାଲ ଆଇସିୟୁରେ ଛୋଟ ଧରଣର ଅଗ୍ନିକାଣ୍ଡକୁ ସମୟ ଥାଉ ଥାଉ ନିୟନ୍ତ୍ରଣ କରାଯାଇଛି । 

ସୂଚନାଯୋଗ୍ୟ ଯେ, କଟକ ଏସସିବି ମେଡ଼ିକାଲ ସେଣ୍ଟ୍ରାଲ ଆଇସିୟୁରେ ଥିବା  ଏକ ଭେଣ୍ଟିଲେଟରରୁ ଧୂଆଁ ବାହାରୁଥିବା ଦେଖିବା ପରେ ଡ୍ୟୁଟିରେ ଥିବା କର୍ମଚାରୀ ମାନେ ତୁରନ୍ତ ସେହି ଭେଣ୍ଟିଲେଟରଟିକୁ ବନ୍ଦ କରିଦେବା ସହ ସେଥିରେ ଚିକିତ୍ସା ହେଉଥିବା ରୋଗୀଙ୍କୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ଏହି ଧୂଆଁକୁ ଦେଖି ସେଠାରେ ଥିବା ରୋଗୀ ଓ ଆଇସିୟୁରେ ଥିବା ସେମାନଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ କିଛି ସମୟ ପାଇଁ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁଲାଗି ଭେଣ୍ଟିଲେଟରରୁ ଧୂଆଁ ବାହାରି ଥିବା କୁହାଯାଇଛି । ଏହାଦ୍ୱାରା ରୋଗୀ ସେବାରେ ସମସ୍ୟା ସୃଷ୍ଟି ହୋଇ ନଥିବା କଥା ଅଗ୍ନିଶମ ଅଧିକାରୀ କହିଛନ୍ତି ।

You Can Read :

ବିଜେପିରୁ ଇସ୍ତଫା ଦେଲେ ମଣ୍ଡଳ ସଭାପତି ନିର୍ମଳ କୁମାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.