ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଏଥର ବି ବିପୁଳ ଭୋଟରେ ଜିତିବ ବିଜେଡି

Published By : Prameya-News7 Bureau | May 25, 2024 IST

ଭୁବନେଶ୍ୱର ୨୫/୦୫: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏରୋଡ୍ରମ ୟୁପି ସ୍କୁଲ୍ ବୁଥ ନଂ ୧୧୪ରେ ଯାଇ ଭୋଟ ଦେଇଛନ୍ତି ନବୀନ । ସାଧାରଣ ଲୋକଙ୍କ ଭଳି ଲମ୍ୱା ଲାଇନ୍‌ରେ ଯାଇ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସାଧାରଣ ଲୋକଙ୍କୁ ଭୋଟଦେବାକୁ ଅପିଲ୍ କରିଛନ୍ତି ନବୀନ । 


ସୂଚନା ଥାଉକି, ନବୀନ ନିବାସରୁ ଚାଲି ଚାଲି ଆସି ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ ଦେଇଛନ୍ତି ନବୀନ । ଭୋଟ ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ ହୋଇ ବହୁତ ଖୁସି । ସମସ୍ତେ ଆସି ମତଦାନ କରିବାକୁ କହିଛନ୍ତି ନବୀନ । 


ଏହାସହ ବିଜେଡି ଉଭୟ ଲୋକସଭା ଓ ବିଧାନସଭାରେ ଭଲ ପ୍ରଦର୍ଶନ କରିବ ବୋଲି ନବୀନ ଦମ୍ଭୋକ୍ତି ଦେଖାଇଛନ୍ତି । ବିଜେଡି ଉପରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ରହିଛି । ମହାପ୍ରଭୁ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଓଡ଼ିଶାରେ ବିଜେଡି ସ୍ଥିର ସରକାର ଗଠନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.