ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି, କଟକରେ ବୁଥ୍ ଅଭିମୁଖେ ପୋଲିଂ ପାର୍ଟି

Published By : Prameya-News7 Bureau | May 24, 2024 IST

କଟକ ୨୪/୫: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । କଟକ ଲୋକସଭା ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନରେ ହେବ ମତଦାନ । ଏଥିପାଇଁ ବୁଥ୍‌ ଅଭିମୁଖେ ବାହାରିଲେନି ପୋଲିଂ ପାର୍ଟି । ନରାଜ ନିକଟ ବ୍ରଜବିହାରୀପୁରରେ ଥିବା ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରୁ ପୋଲିଂ ପାର୍ଟିଗୁଡିକ ବିଭିନ୍ନ ମତଦାନ କେନ୍ଦ୍ରକୁ ଯାଉଛନ୍ତି ।

ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରୁ ବାରବାଟୀ,କଟକ-ଚୌଦ୍ବାର,କଟକ ଓ କଟକ ସଦରର ବିଭିନ୍ନ ବୁଥକୁ ଯାଉଛନ୍ତି ପୋଲିଂ ପାର୍ଟି । ସେହିପରି ବାଙ୍କି ବିଧାନସଭା ଆସନ ପାଇଁ ବାଙ୍କୀରୁ, ଆଠଗଡ ଓ ବଡମ୍ବା ନରସିଂହପୁର ବିଧାନସଭା ଆସନ ପାଇଁ ପୋଲିଂ ପାର୍ଟି ଗୁଡିକ ଆଠଗଡ କଲେଜରୁ ବିଭିନ୍ନ ବୁଥକୁ ଯାଉଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.