LIVE TV

FM ପୀଡିତା ଆତ୍ମାହୁତି ମାମଲା, ହାଇକୋର୍ଟରୁ ୨ ଅଭିଯୁକ୍ତଙ୍କୁ ମିଳିଲା ଜାମିନ, ଆଉ ୨ ନିରାଶ

NEWS7
rain-brings-slight-relief-from-scorching-heat-in-cuttack

ବାଲେଶ୍ବର ୨୨/୧୦: ବାଲେଶ୍ବର  FM ପୀଡିତା ଆତ୍ମାହୁତି ମାମଲା । ହାଇକୋର୍ଟରୁ ୨ ଅଭିଯୁକ୍ତ ଜ୍ୟୋତିପ୍ରକାଶ ବିଶ୍ବାଳ ଓ ଶୁଭ୍ର ସମ୍ବିତ ନାୟକଙ୍କୁ  ଜାମିନ ମିଳିଛି । ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ଜାମିନ ଖାରଜ ହୋଇଯାଇଛି । ଏଥିସହ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଜାମିନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଚାର୍ଜସିଟ୍‌ ଦାଖଲ ପରେ ସାନି ଜାମିନ ଆବେଦନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଜୁଲାଇ ୧ । ବାଲେଶ୍ବର FM ସ୍ବୟଂଶାସିତ କଲେଜର ଦ୍ବିତୀୟ ବର୍ଷ ଇଣ୍ଟିଗ୍ରେଟେଡ ବିଏଡ୍‌ର ଛାତ୍ରୀ ଆଣିଥିଲେ ସଂଗୀନ ଅଭିଯୋଗ । ଅଧ୍ୟାପକ ସମୀର ସାହୁଙ୍କ ବିରୋଧରେ ଫେଭର ମାଗୁଥିବା  ନେଇ କଲେଜର ପ୍ରିନ୍ସପାଲ ଦିଲ୍ଲୀପ ଘୋଷଙ୍କୁ ଜଣାଇଥିଲେ  । ସମସ୍ତେ ଜାଣିଥିଲେ ହେଲେ କେହି ତାଙ୍କ କଥାକୁ ଗୁରୁତର ସହ ନେଲେନି  । ଶେଷରେ ନ୍ୟାୟ ପାଇବାକୁ ଜୁଲାଇ ୧୨ରେ ପ୍ରିନ୍ସପାଲଙ୍କ ଚାମ୍ବର ଆଗରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ ପୀଡିତା ।  ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡିଯାଇଥିଲା । ବିଭିନ୍ନ ବିଭାଗର  ଅଭିଜ୍ଞ ଡାକ୍ତରଙ୍କୁ  ନେଇ ଗଠିତ ୮ ଜଣିଆ ବିଶେଷଜ୍ଞ ଟିମ୍‌ ପୀଡିତାଙ୍କ ଉପରେ ୨୪ ଘଣ୍ଟା ନଜର ରଖିଥିଲେ । ତଥାପି ପୀଡିତାଙ୍କୁ ବଂଚାଇବା ସମ୍ଭବ ହୋଇନଥିଲା । ୨ଦିନ ଧରି ଜୀବନ ମରଣ ସହ ସଂଘର୍ଷ ପରେ ଜୁଲାଇ ୧୪ରେ ହସ୍‌ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ପୀଡିତା । ଏହା ପରେ ପୀଡିତାଙ୍କ ପୈତୃକ ଗାଁ ଭୋଗରାଇ ପଳାସିଆ ଗାଁ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା ।

ଘଟଣାକୁ ନେଇ ରାଜ୍ୟରେ ଅସନ୍ତୋଷର ସ୍ବର ତୀବ୍ର ହୋଇଥିବାବେଳେ କଠୋର ଅଭିମୁଖ୍ୟ ଗ୍ରହଣ କରିଥିଲେ ରାଜ୍ୟ ସରକାର । ଛାତ୍ରୀଙ୍କ ଅଭିଯୋଗ ଉପରେ ସଠିକ ତଦନ୍ତ ନକରି ଦାୟିତ୍ବରେ ଅବହେଳା ଯୋଗୁ ପ୍ରିନ୍ସପାଲ ଦିଲ୍ଲୀପ ଘୋଷଙ୍କୁ ନିଲମ୍ବିତ କରାଯାଇଥିଲା । ସେହିପରି ଆସିଷ୍ଟାଣ୍ଟ ପ୍ରଫେସର ସମୀର ସାହୁଙ୍କୁ ମଧ୍ୟ  କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା । ପରେ ଉଭୟଙ୍କୁ ଗିରଫ କରାଯାଇଥିଲା । ପୀଡିତାଙ୍କୁ ଭେଟିବା ସହ ୨୦ ଲକ୍ଷର ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ସେହିସମୟରେ ପୀଡିତାଙ୍କୁ ବଂଚାଇବାକୁ ଯାଇ ଗୁରୁତର ହୋଇଥିଲେ ଭଦ୍ରକ ଦୁବଲାଗଡି ଅଞ୍ଚଳର ଜ୍ୟୋତିପ୍ରକାଶ ବିଶ୍ବାଳ । ସେହିପରି ଭଦ୍ରକ ଚୂଡାମଣି ଅଞ୍ଚଳର ଶୁଭ୍ରସମ୍ବିତ ପୀଡିତାଙ୍କୁ ନ୍ୟାୟ ଦେବାକୁ ବିଭିନ୍ନ ସମୟରେ ସ୍ବର ଉତ୍ତୋଳନ କରୁଥିଲେ । କିନ୍ତୁ ପରେ ଉଭୟଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ୧୦୮/୬, ୨-ଏ ବିଏନଏସ୍‌ ଭଳି ସଙ୍ଗିନ ଦଫା ଲଗାଇଥିଲା ଉଭୟ ଛାତ୍ରୀଙ୍କୁ ଆତ୍ମାହୁତି ପାଇଁ ଉସୁକାଇଥିବା ଅଭିଯୋଗରେ ଗିରଫ କରାଯାଇଥିଲା ।  ଆଜି ୨ ଜଣଙ୍କୁ ଜାମିନ ମିଳିଛି । ​​​​​​​