LIVE TV

ଦେବାଳିଆ ଆବେଦନ କଲା USA କ୍ରିକେଟ, ସାରା ବିଶ୍ୱରେ ଚାଞ୍ଚଲ୍ୟ

NEWS7
USA Cricket

ନୂଆଦିଲ୍ଲୀ ୨।୧୦:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଗତ ମାସରେ ୟୁଏସଏ କ୍ରିକେଟ ବୋର୍ଡର ସଦସ୍ୟତା ରଦ୍ଦ କରିଦେଇଥିଲେ। ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ୟୁଏସଏ କ୍ରିକେଟ ଦେବାଳିଆ ଆବେଦନ କରିଥିବା ଜଣାପଡିଛି। କୌଣସି ଆଇସିସି ସଦସ୍ୟ ଦେଶ ଦେବାଳିଆ ଆବେଦନ କରିବାର ଏହା ପ୍ରଥମ ଘଟଣା। ୟୁଏସଏ କ୍ରିକେଟ ଅଧ୍ୟାୟ ୧୧ ଅନୁସାରେ ଦେବାଳିଆ ଆବେଦନ କରିଛି।

ୟୁଏସ କ୍ରିକେଟ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆମେରିକାନ କ୍ରିକେଟ ଏଣ୍ଟରପ୍ରାଇଜେସ ସହିତ ବିବାଦ ଶୁଣାଣି ପୂର୍ବରୁ ନେଇଛି। କ୍ରିକବଜର ଏକ ରିପୋର୍ଟ ଅନୁସାରେ ୟୁଏସଏ କ୍ରିକେଟ ଦ୍ୱାରା ଅଧ୍ୟାୟ ୧୧ରେ ଆବେଦନ କରିବା କୌଣସି ଆଇସିସି ସଦସ୍ୟ ସଂସ୍ଥାଙ୍କ ଦ୍ୱାରା ବିଶ୍ୱସ୍ତରରେ ଦେବାଳିଆ ଘୋଷଣାର ପ୍ରଥମ ଘଟଣା। ଶୁଣାଣି ଆରମ୍ଭର କିଛି ଘଣ୍ଟା ପୂର୍ବରୁ ୟୁଏସଏ କ୍ରିକେଟର ଓକିଲମାନେ କୋର୍ଟରେ ଦେବାଳିଆ ଆବେଦନ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଣୁ ୟୁଏସଏସି ବିରୋଧରେ ଆମେରିକାନ କ୍ରିକେଟ ଏଣ୍ଟରପ୍ରାଇଜେସ ଦ୍ୱାରା ଆଗତ ମାମଲାକୁ ତୁରନ୍ତ ରୋକି ଦିଆଯାଇଛି।

ଦେବାଳିଆ ଆବେଦନ କରିବା ପରେ ଆମେରିକା କ୍ରିକେଟ ଟିମ୍ ଲାଗି ଖେଳୁଥିବା କ୍ରିକେଟରଙ୍କ ଭବିଷ୍ୟତ ଏବେ ବିପଦରେ ପଡିଯାଇଛି। କ୍ରିକବଜକୁ ଦିଆଯାଇଥିବା ଏକ ବୟାନରେ ଆମେରିକାନ କ୍ରିକେଟ ଏଣ୍ଟରପ୍ରାଇଜେସର ଜନୈକ ପ୍ରତିନିଧି କହିଛନ୍ତି ଯେ ୟୁଏସଏ କ୍ରିକେଟ ପ୍ରାରମ୍ଭିକ ଶୁଣାଣି ପରଠାରୁ ହିଁ ଏ ନେଇ ଆକଳନ କରାଯାଉଥିଲା। ଏଥିରୁ ୟୁଏସଏ କ୍ରିକେଟର ନିଜ ଖେଳାଳିଙ୍କ ପ୍ରତି ସାମାନ୍ୟତମ ଧ୍ୟାନ ମଧ୍ୟ ଦେଇ ନଥିବା ଦେଖାଯାଇଛି।

ଆମେରିକୀୟ କ୍ରିକେଟ ଟିମକୁ ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ କରିବାର ଥିଲା। ଏବେ ଯେତେବେଳେ କ୍ରିକେଟ ଦେବାଳିଆ ଆବେଦନ ଦାଖଲ କରିସାରିଲାଣି ଏବେ ସମସ୍ତଙ୍କ ନଜର ଆମେରିକା ଏହି ବିଶ୍ୱକପରେ ଭାଗ ନେଇ ପାରିବ କି ନା ତା ଉପରେ। ୨୦୨୪ରେ ଯେତେବେଳେ ବିଶ୍ୱକପ ଖେଳାଯାଇଥିଲା ସେତେବେଳେ ୟୁଏସଏ କ୍ରିକେଟ ୱେଷ୍ଟଇଣ୍ଡିଜ ସହ ମିଶି ଏହାର ଆୟୋଜନ କରିଥିଲା।