ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପଙ୍କ ହେଲିକପ୍ଟର 'ମେରିନ୍ ୱାନ୍' ବଡ଼ଧରଣର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ଉଡ଼ାଣ ସମୟରେ ଏକ ଯାତ୍ରୀବାହୀ ବିମାନ ସହିତ ଏହାର ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଯାହାଫଳରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସିଷ୍ଟମର ହୋସ୍ ଉଡ଼ିଯାଇଥିଲା।

ମେରିନ୍ ୱାନ୍ ହେଲିକପ୍ଟର ଏକ ଯାତ୍ରୀବାହୀ କମର୍ସିଆଲ୍ ଜେଟ୍ର ଅତି ନିକଟତର ହୋଇଯାଇଥିଲା। ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିଷ୍ଟ୍ରେସନ୍ (FAA) ଅନୁଯାୟୀ, ମଙ୍ଗଳବାର ଦିନ ରେଗାନ୍ ୱାସିଂଟନ୍ ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିବା ବିମାନ ଏବଂ ହେଲିକପ୍ଟର ମଧ୍ୟରେ ଆବଶ୍ୟକୀୟ ସର୍ବନିମ୍ନ ସୁରକ୍ଷା ଦୂରତା ରହି ନଥିଲା।

also read- ଏବେ ରାଜପ୍ରାସାଦ ନୁହେଁ ରଣଭୂମିରେ ଦେଖା ହେବ: ସେ ଏବେ ରାଜକୁମାରୀ ନୁହେଁ, ଜଣେ ସୈନିକ, ଦେଶ ସେବା ପାଇଁ ବନ୍ଧୁକ ଧରିଲେ ଜେମା

ତେବେ ଏଫ୍ଏଏ (FAA) ସ୍ପଷ୍ଟ କରିଛି ଯେ ରାଷ୍ଟ୍ରପତି ଟ୍ରମ୍ପ କୌଣସି ପ୍ରକାର ବିପଦରେ ନଥିଲେ ଏବଂ ଉଭୟ ବିମାନ ସୁରକ୍ଷିତ ଭାବେ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି।ସବୁଠୁ ବଡ଼ ଚିନ୍ତାର ବିଷୟ ଏହା ଯେ, ଠିକ୍ ଏହିଭଳି ଏକ ଭୁଲ୍ କାରଣରୁ ଜାନୁଆରୀ ୨୦୨୫ରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଥିଲା। ଏଥିରେ ୬୭ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା।