ତେହେରାନ,୨୪ /୦୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଦୁଇ ପକ୍ଷ ମଧ୍ୟରେ ଆଲୋଚନା ବି ହେଉଛି । କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଥଣ୍ଡା ପଡି ନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନର କୌଣସି ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ କରିବେ ନାହିଁ ବୋଲି କହିଥିଲେ । ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଭିନ୍ନ କଥା କହିଛନ୍ତି । ଯେଉଁଦିନଯାଏଁ ତାଙ୍କୁ ସୁରକ୍ଷା ବାବଦରେ ଗ୍ୟାରେଣ୍ଟି ନମିଳିଛି ସେବେଯାଏଁ ଯୁଦ୍ଧ ଅଟକିବ ନାହିଁ ବୋଲି ସେ କହିଛନ୍ତି । ଖାଲି ଏତିକି ନୁହେଁ ଟ୍ରମ୍ପଙ୍କ ଘୋଷଣା ପରେ ବି ଇରାନ ସମେତ ଅନେକ ସ୍ଥାନରେ ମିସାଇଲ ଆକ୍ରଣ ହୋଇଥିବା ସୂଚନା ମିଳିଛି ।

ଆମେରିକା ଏବଂ ଇରାନ ଯୁଦ୍ଧକୁ ୨୪ ଦିନ ପୂରିଛି । ଗୋଟିଏ ପଟେ କୂଟନୈତିକ ସ୍ତରରେ ଆଲୋଚନା ଜୋରଦାର ଚାଲିଛି । ଅନ୍ୟଦିଗରେ ସୈନ୍ୟ ଗତିବିଧି ମଧ୍ୟ ଆଗଭଳି ରହିଛି । ଟ୍ରମ୍ପ୍ ୫ ଦିନ ଯାଏଁ ଇରାନର ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ ନକରିବାକୁ କହିଥିବା ବେଳେ ଇରାନ ଏହାକୁ ଫେକ୍ ନ୍ୟୁଜ୍ ବୋଲି କହିଛି । ନେତନ୍ୟାହୁ ମଧ୍ୟ ପୂର୍ବଭଳି ଆକ୍ରମଣ ଜାରି ରଖିବେ ବୋଲି କହିଛନ୍ତି ।

କୁଏତ ବ୍ଲାକ୍ ଆଉଟ୍

ଇରାନ ଯୁଦ୍ଧର ପ୍ରଭାବ ବିଭିନ୍ନ ପଡୋଶୀ ଦେଶ ଉପରେ ପଡିଛି । ମଙ୍ଗଳବାର କୁଏତ ଇରାନର ମିସାଇଲକୁ ଇଣ୍ଟରସେପ୍ଟ୍ କରିଥିବା ଦାବି କରିଛି । କିନ୍ତୁ ଏଥିରେ କୁଏତାର ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି । ଦେଶର ଅନେକ ସ୍ଥାନ ଅନ୍ଧାରରେ ରହିଛି ।

ଇରାକ୍ କମାଣ୍ଡର ନିହତ

ରୟଟର୍ସ ଅନୁସାରେ, ଇରାକର ଅନଓ୍ୱର ପ୍ରାନ୍ତରେ ଥିବା ପିଏମଏଫର ମୁଖ୍ୟାଳୟକୁ ଟାର୍ଗେଟ୍ କରାଯାଇଛି । ଏଥିରେ ଭୟଙ୍କର କ୍ଷୟକ୍ଷତି ହୋଇଛି । ଯେଉଁଥିରେଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ପିଏମଏଫର କମାଣ୍ଡର ସାଦ୍ ଅଲ୍ ବୈଜୀ ରହିଛନ୍ତି ।

ଲେବାନନରେ ଆକ୍ରମଣ

ଇସ୍ରାଏଲ ଇରାନ ସହ ଲେବାନନକୁ ମଧ୍ୟ ଟାର୍ଗେଟ୍ କରିଛି । ଲେବାନନର ରାଜଧାନୀ ବେରୁଟରେ ଜୋରଦାର ମିସାଇଲ୍ ମାଡ ହୋଇଛି । ହିଜବୁଲ୍ଲାହର ଅନେକ ସେଫ୍ ହାଉସକୁ ଧ୍ୱଂସ କରାଯାଇଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି ।