News7 Logo

ମୁଣ୍ଡଳୀ ବ୍ୟାରେଜରେ ଭାସୁଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ

NEWS7
Mundali

ବାରଙ୍ଗ ୦୬।୦୯ : ମୁଣ୍ଡଳୀ ବ୍ୟାରେଜରେ ଭାସୁଛି ମୃତଦେହ । ବାରଙ୍ଗ ଥାନା ମୁଣ୍ଡଳୀ ବ୍ଯାରେଜର ୨ ନମ୍ବର ଗେଟ୍‌ ତଳେ ଏକ ଗଳିତ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ଏହାପରେ ସ୍ଥାନୀୟ ଲୋକ ତୁରନ୍ତ ପୋଲିସକୁ ଖବର ଦେଇଛନ୍ତି ।

mundali​​​​​​​

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ମୁଣ୍ଡଳୀ ବ୍ୟାରେଜର ଏକ ମୃତଦେହ ଭାସୁଥିବାର କିଛି ଲୋକ ଦେଖିଥିଲେ । ମୁହଁଟି ତଳକୁ ହୋଇ ପଡିରହିଥିବାରୁ ପରିଚୟ ମିଳିପାରିନାହିଁ । ହେଲେ ଏହା ଜଣେ ପୁରୁଷଙ୍କ ମୃତଦେହ ବୋଲି ଅନୁମାନ କରାଯାଉଛି । ସେପଟେ ଘଟଣାସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦମ୍କ ଆରମ୍ଭ କରିଛି। ନଦୀରେ ବନ୍ୟା ଜଳ ଆସୁଥିବାରୁ ଏହି ମୃତଦେହଟି ଭାସି ଆସିଥିବା ଅନୁମାନ କରାଯାଉଛି । ଅଧିକ ଦିନ ଧରି ପାଣିରେ ମୃତଦେହଟି ପଡିଥିବାରୁ ଫୁଲି ଯିବା ସହ ପ୍ରବଳ ଦୁର୍ଗନ୍ଧ ମଧ୍ୟ ହେଉଛି ।