News7 Logo

ମହାନଦୀରେ ଅଘଟଣ : ପାଣିରେ ବୁଡ଼ି ପୁତୁରା ମୃତ, ଦାଦା ନିଖୋଜ

NEWS7
mahanadi

ଜଗତସିଂହପୁର ୧୪।୦୯ : ଜଗସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ରିଜ ନିକଟରେ ଅଘଟଣ । ମହାନଦୀରେ ଶୁଦ୍ଧିକ୍ରିୟା ସମୟରେ ବୁଡ଼ି ଯାଉଥିବା ପୁତୁରାକୁ ଉଦ୍ଧାର କରିବାକୁ ଯାଇ ଦାଦା ନିଖୋଜ । ପାଣିରେ ବୁଡି ଚାଲିଗଲା ପୁତୁରା ଜୀବନ ।  

ଖବର ଅନୁଯାୟୀ, ଜଗତସିଂହପୁରର କୋଲର ପଞ୍ଚାୟତ ନଗପୁରା ଗାଁର ଅବସରପ୍ରାପ୍ତ ଶିକ୍ଷକ ସମ୍ପଦ ଜେନା ଓ ପୁତୁରା କାହ୍ନା ଜେନା ମହାନଦୀକୁ ଯାଇଥିଲେ । ସଂପଦଙ୍କ ବଡ଼ବୋଉଙ୍କର ଦଶକର୍ମ ଥିବା ବେଳେ ନଦୀକୁ ଶୁଦ୍ଧି ପାଇଁ ଯାଇଥିଲେ । ଏହି ସମୟରେ କାହ୍ନା ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ । ଯାହାଫଳରେ ସେଠାରେ ଉପସ୍ଥିତ ଥିବା ଦାଦା ସମ୍ପଦ ଜେନା ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ହେଲେ ସେ ବି ନିଖୋଜ ହୋଇଯାଇଥିଲେ । ଯାହା ପରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ସମୟରେ ଖୋଜାଖୋଜି ପରେ ପୁତୁରା କାହ୍ନା ଜେନାଙ୍କ ମୃତଦେହ ମିଳିଥିଲା । ହେଲେ ଦାଦାଙ୍କ ପତ୍ତା ମିଳିନଥିଲା । ବର୍ତ୍ତମାନ ବି ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।