ବାଲେଶ୍ବର ୨୯।୬: ବଜ୍ରାଘାତରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ବାଲେଶ୍ୱର ଜିଲ୍ଲାର ପୃଥକ୍ ପୃଥକ୍ ସ୍ଥାନରେ ଦୁଇ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି । ଅକାଳରେ ଚାଲି ଯାଇଛି ଦୁଇ ଦୁଇଟି ଜୀବନ ।

​​​​​​​Also Read:- ନିଆରା ପରମ୍ପରା : ଅଁଳା ପତ୍ରରେ ବଳଦେବ ଜୀଉ, ତୁଳସୀ ପତ୍ରରେ ଜଗନ୍ନାଥଙ୍କ ଗଜାନନ ବେଶ, କୁଆଁରୀ ବେଶରେ ଦେବୀ ସୁଭଦ୍ରା

ବାଲେଶ୍ବର ଟାଉନ ଥାନା ଅନ୍ତର୍ଗତ ଚୁନଭାଟି ଅଞ୍ଚଳରେ ୬୫ ବର୍ଷ ବୟସ୍କା କନକଲତା ପଲେଇ ଛାତ ଉପରକୁ ଲୁଗା ଶୁଖାଇବା ପାଇଁ ଯାଇଥିଲେ । ସେହି ସମୟରେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଛି । ସେହିଭଳି ବାଲେଶ୍ବର ସଦର ଥାନା ଅନ୍ତର୍ଗତ ମିର୍ଜାପୁର ଝୀଙ୍କିରିଆ ଗ୍ରାମର ୬୮ ବର୍ଷ ବୟସ୍କ ମଧୁସୂଦନ ମହାଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି । ମଧୁସୂଦନ ବିଲକୁ ଗାଈ ଆଣିବା ପାଇଁ ଯାଇ ଥିବାବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି । ଉଭୟଙ୍କ ମୃତଦେହ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ରଖାଯାଇଛି ।