୩୦ ଫୁଟ ବ୍ରିଜ୍ ତଳକୁ ଖସିଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ

Published By : Prameya-News7 Bureau | March 19, 2024 IST

ମୋହନା ୩: ପ୍ରାୟ ୩୦ ଫୁଟ ବ୍ରିଜ୍ ତଳକୁ ଖସିଲା ବାଇକ୍ l ଦୁର୍ଘଟଣା ଫଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି l ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଛେଳିଗଡ଼ ନିକଟସ୍ଥ ବିଦ୍ୟୁତ ସବଷ୍ଟେସନ ବ୍ରିଜ୍ ନିକଟରେ ଏଭଳି ଦୁର୍ଘଟଣା ଘଟିଛି l ମୃତକ ହେଲେ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର ମଣ୍ଟୁ ପାଳ ଓ ଟୁକୁନା ସିଂ l

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ମଧ୍ୟାହ୍ନରେ ଛେଳିଗଡ଼ର ମଣ୍ଟୁ ଓ ଟୁକୁନା ଗୋଟିଏ ବାଇକ୍‌ରେ ନିକଟସ୍ଥ ଡୁମ୍ବା ଗାଁ ପଟକୁ ଯାଉଥିଲେ l ଏହି ସମୟରେ ବିଦ୍ୟୁତ ସବଷ୍ଟେସନ ନିକଟରେ ଥିବା ବ୍ରିଜରେ ଭାରସାମ୍ୟ ହରାଇ ପ୍ରାୟ ୩୦ ଫୁଟ ତଳକୁ ଖସିପଡ଼ିଥିଲେ l ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ l ତେବେ ଡାକ୍ତର ସେଠାରେ ମଣ୍ଟୁ ଓ ଟୁକୁନାଙ୍କୁ ମୃତ ଘୋଷଣା କରିଛନ୍ତି l

 You Can Read :

ନବରଙ୍ଗପୁରରେ ଛତିଶଗଡ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା, ଚା’ ଖଟିରେ କଲେ ଚର୍ଚ୍ଚା

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.