LIVE TV

ବଳଙ୍ଗା ଥାନା ଅଞ୍ଚଳରେ ପୁଣି ଲଜ୍ଜା, ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ

NEWS7
balanga

କୋଣାର୍କ ୦୬।୧୦ : ବଳଙ୍ଗା ଥାନା ଅଞ୍ଚଳରେ ପୁଣି ଲଜ୍ଜା । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଗର୍ଭବତୀ କରିଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଯାହାପରେ ପୋଲିସ ତଦନ୍ତ କରି ଘଟଣାରେ ସଂପୃକ୍ତ  ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଖବର ଅନୁଯାୟୀ, ଅଭିଯୁକ୍ତମାନେ ଜଣେ ୧୬ବର୍ଷିୟା ନାବାଳିକାକୁ ମିଥ୍ୟା ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଆସୁଥିଲେ । କିଛିଦିନ ତଳେ ନାବାଳିକାର ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ମେଡିକାଲକୁ ନେଇ ପରୀକ୍ଷା କରିଥିଲେ । ଯାହାପରେ ସତ ପଦାକୁ ଆସିଥିଲା । ଏହି ଘଟଣା ସମ୍ପର୍କରେ ନାବାଳିକାଙ୍କ ବାପା ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବଳଙ୍ଗା ଥାନାରେ ପୋକସୋ ଆକ୍ଟରେ ମାମଲା ରୁଜୁ କରିଥିଲା । ବଳଙ୍ଗା ଥାନା ଅଧିକାରୀ ଶନିବାର ରାତିରେ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ରବିବାର ପୂର୍ବାହ୍ନରେ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବା ସହ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି ।