LIVE TV

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀକୁ ପ୍ରଶଂସା କଲେ ବିଜୟ, କହିଲେ-ଇଲମ ତାମିଲକୁ ଦେଇଥିଲେ ମାଆ ପରି ସ୍ନେହ

NEWS7
vijay

ନୂଆଦିଲ୍ଲୀ: ଅଭିନେତାରୁ ନେତା ହୋଇଥିବା ବିଜୟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ପ୍ରଭାକରଣର ପ୍ରଶଂସା କରି ବିବାଦ ସୃଷ୍ଟି କରିଛନ୍ତି । ଦେଶରେ ରହୁଥିବା ଶ୍ରୀଲଙ୍କା ତାମିଲ ଲୋକଙ୍କ ସ୍ୱର ଉଠାଇବା ଉପରେ ଜୋର ଦେଇଛନ୍ତି । ପ୍ରଭାକରଣକୁ ପ୍ରଶଂସା କରି ଇଲମ ତାମିଲଙ୍କ ପାଇଁ ମାଆ ସମାନ ଥିଲେ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଶ୍ରୀଲଙ୍କା ତାମିଲମାନଙ୍କ ପ୍ରସଙ୍ଗ ତାମିଲନାଡ଼ୁରେ ଭାବନାତ୍ମକ ଭାବେ ଗୁରୁତ୍ୱପୂର୍ଣ୍ଣ । ବିଜୟଙ୍କ ଭାଷଣ ବେଳେ ଉପସ୍ଥିତ ଲୋକମାନେ ପ୍ରଭାକରଣଙ୍କ ଫଟୋ ନେଇ ଛିଡ଼ା ହୋଇଥିଲେ ।

ଜନସଭାକୁ ସମ୍ୱୋଧନ କରି ବିଜୟ କହିଛନ୍ତି, ଇଲମ୍ ତାମିଲ ଆମର ନାଭି ସମ୍ୱନ୍ଧ ସମ୍ପର୍କୀୟ...ସେମାନେ ଶ୍ରୀଲଙ୍କା କିମ୍ବା ବିଶ୍ୱର ଅନ୍ୟ ଯେଉଁ ସ୍ଥାନରେ ରହୁଥାନ୍ତୁ ନାଁ କାହିଁକି । ସେମାନେ ନିଜର ଏଭଳି ଜଣେ ନେତାଙ୍କୁ ହରାଇ ଖୁବ୍ ଯନ୍ତ୍ରଣାରେ ଅଛନ୍ତି, ଯିଏ ତାଙ୍କୁ ମାତୃ ସ୍ନେହ ଦେଇଥିଲେ । ଆଜି ତାଙ୍କର ସ୍ୱର ଉଠାଇବା ଆମର କର୍ତ୍ତବ୍ୟ ।ଉଲ୍ଲେଖନୀୟ ଯେ, ତାମିଲନାଡୁରେ ଶ୍ରୀଲଙ୍କାର ତାମିଲଙ୍କ ପ୍ରସଙ୍ଗ ଭାବନାତ୍ମକ ଭାବରେ ଖୁବ୍ ଗୁରୁତ୍ବପୂର୍ଣ୍ଣ । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ବି ବିଜୟ ଶ୍ରୀଲଙ୍କା ତାମିଲଙ୍କ ପାଇଁ ସମର୍ଥନ ଦେଖାଇ ସାରିଛନ୍ତି । ସେ ୨୦୦୮ରେ ଶ୍ରୀଲଙ୍କାରେ ତାମିଲ ସମ୍ପ୍ରଦାୟର ଲୋକଙ୍କ ହତ୍ୟା ବିରୋଧରେ ଅନଶନରେ ବସିଥିଲେ । 

ଉଲ୍ଲେଖଯୋଗ୍ୟ ଯେ ଶ୍ରୀଲଙ୍କାରେ ସ୍ୱତନ୍ତ୍ର ତାମିଲ ରାଜ୍ୟକୁ ନେଇ ଯୁଦ୍ଧ ଲଢିଥିବା ପ୍ରଭାକରଣ ଓ ତାର ଗୁଇନ୍ଦା ପ୍ରମୁଖ ପୋଟ୍ଟୁ ଅମ୍ମାନ ୧୯୯୧ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ । ଭାରତ ଦ୍ୱାରା ପିସ୍ କିପିଂ ଫୋର୍ସ ପଠାଯିବାକୁ ବିରୋଧ କରି ଓ ପ୍ରତିଶୋଧ ନେବାକୁ ଚାହିଁଥିଲା ଏଲଟିଟିଇ । ଉଲ୍ଲେଖଯୋଗ୍ୟ, ଚେନ୍ନାଇରେ ଏକ ରାଲିରେ ଯୋଗ ଦେବାପାଇଁ ଆସିଥିବା ବେଳେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ଜଣେ ତାମିଲ ମହିଳା ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ । ଏହାପରେ ଭାରତ ସରକାର ଏଲଟିଟିଇକୁ ବ୍ୟାନ୍ କରାଯାଇଥିଲା ଓ ପ୍ରଭାକରଣକୁ ଅପରାଧୀ ଘୋଷିତ କରାଯାଇଥିଲା । ତେବେ ଆନୁଷ୍ଠାନକ ଭାବେ ଏଲଟିଟିଇ ରାଜୀବ ଗାନ୍ଧୀଙ୍କ ହତ୍ୟା ଅଭିଯୋଗକୁ ସ୍ୱୀକାର କରି ନାହିଁ ।