ନୂଆଦିଲ୍ଲୀ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ପ୍ରାୟ ସାଢ଼େ ତିନି ବର୍ଷ ହେବ ଥମୁନି ଓ୍ବାର । ଆମେରିକା ସମେତ ଅନେକ ଦେଶ ଯୁଦ୍ଧବିରତ ଲାଗୁ ପାଇଁ ମଧ୍ୟସ୍ଥତା କରୁଛନ୍ତି, ହେଲେ ଫଳ ଶୂନ । କେତେବେଳେ ଋଷ୍ ତ ପୁଣି କେତେବେଳେ ୟୁକ୍ରେନ ମିସାଇଲ୍ ମାଡ଼ କରୁଛି । ଏହାରି ଭିତରେ ମସ୍କର ଟପ୍ ସୁରକ୍ଷା ଅଧିକାରୀ ସେରଗେ ସୋଇଗୁ ବଡ଼ ବୟାନ ଦେଇଛନ୍ତି । ରୁଷିଆ ପରମାଣୁ ଅସ୍ତ୍ରକୁ ସୁରକ୍ଷିତ ସାଇତି ରଖିଛି ଏବଂ ସଠିକ୍ ସମୟ ଆସିଲେ ଏହାକୁ ବ୍ୟବହାର କରିବ । ପାଶ୍ଚାତ୍ୟ ଦେଶମାନେ ଆକ୍ରମଣ କଲେ, ସେମାନଙ୍କୁ ନ୍ୟୁକ୍ଲିୟର ଓ୍ବେପନରେ ଦୃଢ଼ ଜବାବ ଦିଆଯିବ ବୋଲି ସେରଗେ ସୋଇଗୁ ଜାତୀୟ ସମାଚାର ଏଜେନ୍ସି 'ଟାସ୍'କୁ ସାକ୍ଷାତକାରେ କହିଛନ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଚେତାବନୀ ଦେଇଛନ୍ତି, ୟୁକ୍ରେନ ଓ ଋଷ୍ ମଧ୍ୟରେ ଶୀଘ୍ର ଶାନ୍ତିଚୁକ୍ତି କିମ୍ବା ଯୁଦ୍ଧବିରତ ନେଇ କୌଣସି ସମାଧାନର ରାସ୍ତା ନବାହାରିଲେ ଓ୍ବାଶିଂଟନ ମଧ୍ୟସ୍ଥତାକୁ ଓହରି ଯାଇପାରେ । ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରଠାରୁ ୟୁକ୍ରେନ ଓ ଋଷ୍ ମଧ୍ୟରେ ଯୁଦ୍ଧ ବନ୍ଦ ଲାଗି ଉଦ୍ୟମ ଜାରି ରଖିଛନ୍ତି । ଏଥିପାଇଁ ଲଗାତାର କୀବ୍ ଉପରେ ଚାପ ପ୍ରୟୋଗ କରୁଛନ୍ତି ବୋଲି ସେରଗେ ସୋଇଗୁ କହିଛନ୍ତି ।
ଏହାଛଡ଼ା ସେରଗେ ସୋଇଗୁ ଋଷ୍ର ପ୍ରତିରକ୍ଷା ମନ୍ତ୍ରୀ ଭାବେ ୧୦ ବର୍ଷ ହେଲା ଦାୟିତ୍ବ ତୁଲାଇ ଆସୁଛନ୍ତି । ଗତ ନଭେମ୍ବର ମାସରେ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଦ୍ବାରା ମସ୍କୋର ପରମାଣୁ ସିଦ୍ଧାନ୍ତ ସଂଶୋଧନ ହୋଇଛି । ନୂତନ ସର୍ତ୍ତାବଳୀ ଅନୁଯାୟୀ, ରୁଷ ଓ ସହଯୋଗୀ ଦେଶ ବେଲାରୁଷ ସହିତ ଚୁକ୍ତି ହୋଇଛି । ଦେଶର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତା ଉପରେ ବିପଦ ସୃଷ୍ଟି ହେଲେ ଋଷ୍ ଏହାର ଜବାବରେ ପରମାଣୁ ଆକ୍ରମଣ ନେଇ ବିଚାର କରିବ। ପଶ୍ଚିମ ଦେଶ ମାନେ ମସ୍କୋ ଉପରେ ଆକ୍ରମଣ କଲେ, ସେମାନଙ୍କୁ ସଠିକ୍ ସମୟରେ ଉଚିତ୍ ଜବାବ ଦିଆଯିବ ବୋଲି ସେରଗେ ସୋଇଗୁ ।