ନୂଆଦିଲ୍ଲୀ ୨୫/୦୪: ପହଲଗାମ୍ ଆତଙ୍କୀ ହମଲାରେ ସାମିଲ ଆତଙ୍କୀଙ୍କ ଉପରେ ବଡ଼ ଆକ୍ସନ। ଜଣଙ୍କ ଘର ଉପରେ ଚାଲିଲା ବୁଲଡୋଜର। ଆଉ ଜଣଙ୍କ ଘର ବମ୍ରେ ଉଡାଇଦେଲେ ସୁରକ୍ଷାବାହିନୀ।
ଜାମ୍ମୁ କାଶ୍ମୀର ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କ ସହ ସାମିଲ ଥିବା ଅଭିଯୁକ୍ତ ଆସିଫ ଶେଖର ମୋଗାମା ସ୍ଥିତ ଘର ଉଡାଇଦେଲେ ସୁରକ୍ଷାବାହିନୀ। ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଆଦିଲ ଶେଖର ତ୍ରାଲ ସ୍ଥିତ ଘରକୁ ବୁଲଡୋଜର ଲଗାଇ ଭାଙ୍ଗିଦେଲେ ଜାମ୍ମୁ କାଶ୍ମୀର ପ୍ରଶାସନ।
ସୂଚନାଥାଉକି, ପହଲଗାମ୍ ଆଟାକ୍ରେ ସାମିଲ ଥିବା ଆତଙ୍କୀ ଆସିଫ ଶେଖର ମୋଗାମା ସ୍ଥିତ ଘରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ସମୟରେ ଘର ଭିତରୁ ଏକ ସନ୍ଦିଗ୍ଧ ବାକ୍ସ ମିଳିଥିଲା। ଏହାକୁ ରାଷ୍ଟ୍ରୀୟ ରାଇଫଲ୍ର ଇଞ୍ଜିନିୟରିଂ ଟିମ୍ ଯାଞ୍ଚ କରିବାରୁ ତାହା ବମ୍ ବୋଲି ସ୍ପଷ୍ଟ ହୋଇଥିଲା।
ସୁରକ୍ଷା ଦୃଷ୍ଟିରୁ ବମ୍କୁ ସେହିଠାରେ ନଷ୍ଟ କରାଯାଇଥିଲା। ଏଥିରେ ଆସିଫର ଘର ଧ୍ଵଂସ ହୋଇଯାଇଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାଁନ୍ତି।ସେହିପରି ବୁଲଡୋଜର ଚଢାଉ ଅନ୍ୟ ଜଣେ ଅଭିଯୁକ୍ତ ଆଦିଲ ଶେଖର ଘର ଭାଙ୍ଗିଦେଇଛନ୍ତି ଜାମ୍ମୁ କାଶ୍ମୀର ପ୍ରଶାସନ।