ଭାରତ-ପାକିସ୍ତାନ ସଂପର୍କରେ ବଳିପଡିବ କୋଳ, ମାଆଠାରୁ ଅଲଗା ହୋଇଯିବ ପିଲା!

Published By : Prameya-News7 Bureau | April 25, 2025 IST

ନୂଆଦିଲ୍ଲୀ ୨୫/୦୪: ସାରା ଦେଶରେ ପହଲଗାମ ନିଆଁ । ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି । ପାକିସ୍ତାନକୁ ପାନେ ଦେବାକୁ ପ୍ରସ୍ତୁତି କରୁଛି ଭାରତ । ଚାରିପଟୁ ପାକ୍‌କୁ ଘେରାବନ୍ଦୀ କରି ରଖିଛି ଭାରତ । ଏକାଧିକ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଯେଉଁଥିରେ ପାକିସ୍ତାନ ନାଗରିକଙ୍କୁ ୨୭ ଏପ୍ରିଲ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି । 

ଏହି ନିଷ୍ପତ୍ତିରେ ପାକିସ୍ତାନରୁ ଆସିଥିବା ଅନେକ ଲୋକଙ୍କ ସମସ୍ୟା ବଢିଯାଇଛି । ନିଜ ଲୋକଙ୍କଠୁ ଦୂରେଇ ଯିବାକୁ ପରିସ୍ଥିତି ଏବେ ବାଧ୍ୟ କରୁଛି । ଏମିତିକି ଜଣେ ହିନ୍ଦୁ ମା'କୁ ବି ଏହି ନିଷ୍ପତ୍ତିରେ ଏବେ ସମସ୍ୟା ଭୋଗିବେ । ଦରକାର ପଡିଲେ ତାଙ୍କୁ ତାଙ୍କ ସନ୍ତାନଠାରୁ ବି ଅଲଗା ହେବାକୁ ପଡିପାରେ । 

ଏମିତି ଜଣେ ହତଭାଗିନୀ ମାଆ ଏବେ ରାଜସ୍ଥାନର ଜୈସଲମେରରେ ରହୁଥିବା ୨୭ ବର୍ଷୀୟା ରାଧା ଭିଲ । କାରଣ ତାଙ୍କୁ ପୁଣିଥରେ ତାଙ୍କ ଛୋଟ ପୁଅଠାରୁ ଅଲଗା ହେବାକୁ ପଡ଼ିପାରେ। ଦୀର୍ଘ ୨ ବର୍ଷର ଅପେକ୍ଷା ପରେ, ରାଧା ମାତ୍ର ୨୦ ଦିନ ପୂର୍ବରୁ ତାଙ୍କ ପ୍ରିୟ ସନ୍ତାନକୁ କୋଳେଇ ପାରିଥିଲେ । କିନ୍ତୁ ଏବେ ପହଲଗାମ ଆକ୍ରମଣ ପରେ, ପୁଅକୁ ପୁଣି ଥରେ ତାଙ୍କ ମାଆଙ୍କଠାରୁ ଅଲଗା ହେବାକୁ ପଡ଼ିପାରେ।

also read...

ଭାରତକୁ ତୋଡ ଦେଖାଇଲେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ, କିନ୍ତୁ ଟ୍ରମ୍ପଙ୍କୁ ଅନୁରୋଧ କଲେ-ହସ୍ତକ୍ଷେପ କର

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନୀ ଭିସା ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଭାରତରେ ରହୁଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଏପ୍ରିଲ ୨୭ ସୁଦ୍ଧା ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ପରେ, ପାକିସ୍ତାନରୁ ଆସୁଥିବା ଲୋକଙ୍କ ପାଇଁ ଏଠାରେ ରହିବା କଷ୍ଟକର ହୋଇପଡ଼ିଛି । ଏପରି ସ୍ଥିତିରେ ରାଧାଙ୍କ ପରିବାର ନିରନ୍ତର ଚେଷ୍ଟା କରୁଛି ଯେ ମା' ଓ ପୁଅଙ୍କୁ ପୁଣି ଥରେ ଅଲଗା ହେବାକୁ ନ ପଡ଼େ । ଦେଶ ଛାଡିବାର ଶେଷ ତାରିଖ ହେଉଛି ଏପ୍ରିଲ ୨୭ । 

ରାଧା ଭିଲ ଓ ତାଙ୍କ ସ୍ୱାମୀ ରାଜୁ ରାମ, ସେମାନଙ୍କର ଦୁଇ ଝିଅ ଫେବୃଆରୀ ୨୦୨୩ରେ ସ୍ୱଳ୍ପକାଳୀନ ଭିସାରେ ଭାରତ ଆସିଥିଲେ। କିନ୍ତୁ, ଭିଲ ଦମ୍ପତିଙ୍କ ପୁଅ ଘନଶ୍ୟାମ, ଯିଏ ସେତେବେଳେ ୨ ମାସରୁ କମ୍ ବୟସର ଥିଲେ, ତାଙ୍କୁ ଭିସା ମିଳିନଥିଲା । ସେହିପରି, ରାଜୁ ରାମଙ୍କ ପିତାମାତାଙ୍କୁ ମଧ୍ୟ ସ୍ୱଳ୍ପକାଳୀନ ଭିସା ମିଳିନଥିଲା । 

ରାଧାଙ୍କ ପରି, ରାଜସ୍ଥାନରେ ପାକିସ୍ତାନରୁ ଅନେକ ହିନ୍ଦୁ ପରିବାର ଅଛନ୍ତି ଯେଉଁମାନେ ସର୍ଟ ଟର୍ମ ଭିସା (STV) ରେ ଏଠାକୁ ଆସିଛନ୍ତି। କେବଳ ଜୈସଲମେରରେ, ସ୍ୱଳ୍ପକାଳୀନ ଭିସାରେ ଆସିଥିବା ୧,୨୦୦ରୁ ଅଧିକ ପାକିସ୍ତାନୀ ନାଗରିକ ଅତ୍ୟନ୍ତ ଦୁଃଖିତ । କାରଣ ସେମାନଙ୍କ ଉପରେ ଦେଶ ଛାଡିବାର ଖଣ୍ଡା ଝୁଲୁଛି। 



  • Pahalgam Terror Attack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.