ନୂଆଦିଲ୍ଲୀ ୧୧।୦୯; ତିବ୍ଦତରେ ପୁଣି ଭୂକମ୍ପ ଝଟକା । ଆଜି ଭୋର ୪ଟା ୨ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୭ ରେକର୍ଡ କରାଯାଇଛି । କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ । ଦିନକ ତଳେ ମଧ୍ୟ ତିବ୍ଦତ୍ରେ ଭୂମିକମ୍ପ ଆସିଥିଲା। ବୁଧବାର ୫.୩ ତୀବ୍ରତାର ଭୂକମ୍ପରେ ଥରିଥିଲା ତିବ୍ଦତ୍। ନେପାଳରେ ମଧ୍ୟ ଏହାର ଝଟକା ଅନୁଭୂତ ହୋଇଥିଲା ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ସେପ୍ଟେମ୍ବର ୧୧ ତାରିଖ ସକାଳ ୦୪:୦୨:୫୪ ରେ ଭୂମିକମ୍ପ ରେକର୍ଡ କରାଯାଇଥିଲା। ଏହାର ତୀବ୍ରତା ୩.୭ ଥିଲା ଏବଂ ଏହି ସ୍ଥାନଟି ତିବ୍ଦତ ଅଞ୍ଚଳରେ ରେକର୍ଡ କରାଯାଇଥିଲା। ଏଥିରେ ମୃତାହତ କିମ୍ବା ସମ୍ପତ୍ତି କ୍ଷତିର କୌଣସି ରିପୋର୍ଟ ମିଳିନାହିଁ। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଭୂକମ୍ପର ତୀବ୍ରତା କମ୍ ଥିବାରୁ, କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ।

ନେପାଳ-ତିବ୍ଦତ୍ ସୀମାରେ ଭୟଙ୍କର ବନ୍ୟା ପରେ ବାରମ୍ବାର ଭୂକମ୍ପ ଆସିବା ପରେ ଚିନ୍ତା ବଢ଼ିଛି। ଗତ ଅଗଷ୍ଟ ୨୬ରେ ନେପାଳ-ତିବ୍ଦତ୍ ସୀମାରେ ଆସିଥିଲା ଭୟଙ୍କର ବନ୍ୟା । ଏହା ନେପାଳକୁ ଖିନଭିନ୍ କରିଦେଇଥିଲା। ବନ୍ୟାରେ ୧୩ ଶହରୁ ଅଧିକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି ।