LIVE TV

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୯ ଯାଏଁ ବଜ୍ରପାତ ଜନିତ ବର୍ଷା, ୨୪ ଘଣ୍ଟା ପାଇଁ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

NEWS7
Rain

ଭୁବନେଶ୍ବର ୮୧୦: ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୯ ତାରିଖ ଯାଏଁ ଏହା ସକ୍ରିୟ ରହିବା ସହ ରାଜ୍ୟରେ ବଜ୍ରପାତ ଜନିତ ବର୍ଷା ଜାରି ରହିବବିଶେଷକରି ଉପକୂଳ ଓ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ, ତେବେ ଆଗାମୀ ରୁ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ ।

ଆସନ୍ତା ୨୪ ଘଣ୍ଟା ପାଇଁ ୨୪ଟି ଜିଲ୍ଲା ପାଇଁ ଘଡଘଡି ସହ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ ।

ସାଧାରଣତଃ ଓଡ଼ିଶାରୁ ମୌସୁମୀ ବିଦାୟ ନେବାର ସମୟ ୧୫ ତାରିଖ ହୋଇଥିବା ବେଳେ ଆଗାମୀ ୫ ଦିନରେ ମୌସୁମୀ ବିଦାୟ ନେବା ପାଇଁ ପାଗ ଅନୁକୂଳ ନଥିବା ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ୧୭ ଅକ୍ଟୋବର (+- ଦିନ) ପରେ ରାଜ୍ୟରୁ ଧୀରେ ଧୀରେ ବାୟୁ ଚଳାଚଳର ଦିଗ ବଦଳିବା ସହିତ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରୁ ମୌସୁମୀ ବାୟୁ ବିଦାୟ ନେବା ପାଇଁ ପାଗ ଅନୁକୂଳ ହେବ । ଏଥିସହ ଅକ୍ଟୋବର ୧ରୁ ଆଜି ପର୍ଯ୍ୟନ୍ତ ୮୬.୩ ମିମି ବର୍ଷା ହୋଇଛି । ଯାହା ସ୍ଵାଭାବିକ ଠାରୁ ଅଧିକ ।