ଉଦଳା: ଦ୍ରୁତ ଗତିରେ ଗାଡି ଚଲାଇ ଆସିଲେ । ଆଉ ବୁଲାଣି ନିକଟରେ ଭାରସାମ୍ୟ ହରାଇ କଲଭର୍ଟରେ ତଳକୁ ବାଇକ ସହିତ ଖସି ପଡ଼ିଲେ। ଘଟଣାସ୍ଥଳରେ ଚାଲିଗଲା ବାଇକରେ ଥିବା ତିନି ଆରୋହୀଙ୍କ ଜୀବନ। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଖୁଣ୍ଟା ଥାନା କୁଆମରା ପୋଷ୍ଟ ଅଫିସ ନିକଟରେ।

ସୂଚନା ଅନୁସାରେ, କୁଆମରା ଗ୍ରାମର ସହଦେବ ସିଂ, ଶକ୍ତି ସିଂ ଏବଂ ରଘୁ ସିଂ ଏକ କେଟିଏମ ଗାଡ଼ିରେ ଅତି ଦ୍ରୁତ ଗତିରେ କୁଆମରା ଗ୍ରାମ ଭିତର ରାସ୍ତାରେ ଯାଉଥିଲେ। ହେଲେ କୁଆମରା ପୋଷ୍ଟ ଅଫିସ ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସି ପଡିବା ସହିତ ପାଚେରୀରେ ବାଡ଼େଇ ହୋଇଥିଲେ। ଫଳରେ ଏଥିରେ ଘଟଣାସ୍ଥଳରେ ସହଦେବ ଏବଂ ଶକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରଘୁ ସିଂଙ୍କୁ କୁଆମରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ନିଶାସକ୍ତ ଅବସ୍ଥାରେ ଏଭଳି ଗାଡ଼ି ଚଲାଇ ଦୁର୍ଘଟଣା ଘଟିଥିବା କୁହାଯାଉଛି।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read: ଗାଧୋଇବା ବେଳେ ବନ୍ୟା ସ୍ରୋତରେ ଭାସିଗଲେ ନାବାଳିକା, ଗଛ ଧରି ରକ୍ଷା କଲେ ସାହସୀ ଯୁବକ