ଦିଗପହଣ୍ଡି ୨୫।୦୯ : ଟ୍ରକ୍ ଧକ୍କାରେ ୩ ମୃତ। ଗଞ୍ଜାମ ଜିଲ୍ଲା ପାଟପୁର ନିକଟସ୍ଥ ମହାନଳା ଗାଁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ହାଇୱା ଟ୍ରକ୍ ଧକ୍କାରେବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ବୁଧବାର ରାତିରେ ଦିଗପହଣ୍ଡି ଅଞ୍ଚଳର ଅଶ୍ଵିନୀ କୁମାର ଦୋରା, ବାଳକୃଷ୍ଣ ରେଡ୍ଡୀ ଏବଂ ପନ୍ଦରା ସାହିର କାଳିଆ ବେହେରା ବାଇକ୍ ଯୋଗେ ପାଟପୁରରୁ ଦିଗପହଣ୍ଡି ଅଭିମୁଖେ ଯାଉଥିଲେ। ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ସେମାନଙ୍କୁ ଏକ ହାଇୱା ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଲରେ ଉତ୍ତେଜନା ପ୍ରକାଶ ପାଇଛି।   ​​​​​​​