News7 Logo

ଚଳନ୍ତା କାରର ସନରୁଫ୍‌ର ବାହାରକୁ ଆସିଗଲା ପିଲାଟି , ଏହାପରେ ... ; ଭାଇରାଲ ଭିଡ଼ିଓରେ ଛାତି ଥରା ଦୃଶ୍ୟ  

NEWS7
-

ନୂଆଦିଲ୍ଲୀ : ଆପଣ ଅନେକ ସମୟରେ ଦେଖି ଥିବେ ମହଙ୍ଗା କାର୍‌ରେ ଥିବା ସନରୁଫ୍‌ରେ ପିଲା ବାହାରକୁ ଦେଖିଥାନ୍ତି। କାରରୁ ମୁଣ୍ଡ ବାହାରକୁ କରିବା ପିଲାଙ୍କ ପାଇଁ ଖୁସିର ସମୟ ହୋଇପାରେ, ହେଲେ ଏହା କେତେ ଯେ ବିପଜ୍ଜନକ ଏହାର ତାଜା ପ୍ରମାଣ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି। ଏଠାରେ ସନରୁଫ୍‌ରେ ମୁଣ୍ଡ ବାହାରକୁ କାଢି ଯାତ୍ରାର ମଜା ନେଉଥିବା ପିଲାଟି ଗୁରୁତର ହୋଇ ଯାଇଛି। ବର୍ତ୍ତମାନ ତାର ଚିକିତ୍ସା ଚାଲୁ ରହିଛି।

ମିଡ଼ିଆ ରିପୋର୍ଟ ଅନୁସାରେ , ଉକ୍ତ ଘଟଣାଟି ରବିବାର ଦ୍ୱିପ୍ରହର ସମୟ ୧ଟା ପାଖାପାଖି ବିଦ୍ୟାରନ୍ୟାପୁରାରେ ଘଟିଛି। ଦୁର୍ଘଟଣାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭିଡ଼ିଓରେ ନଜର ଆସୁଥିବା ନାଲି ଟିସର୍ଟ ପିନ୍ଧିଥିବା ପିଲାଟି ନାଲି କାରରେ ବସିଛି ଏବଂ ସେ ସନରୁଫ୍‌ ମାଧ୍ୟମରେ ବାହାରକୁ ଦେଖୁଛି। ଏହି ସମୟରେ ରାସ୍ତାରେ ବଡ଼ ଲୁହାର ଗେଟ୍ ଆସୁଛି ଏବଂ ସେ ନିଜକୁ ସମ୍ଭାଳିବାକୁ ପୂର୍ବରୁ , ତାର ମୁଣ୍ଡ ଜୋରରେ ମାଡ଼ ହୋଇ ଯାଉଛି।

​​​​​​​ଏହାସହ ମଧ୍ୟ ପଢନ୍ତୁ AIIMSରେ ପ୍ରଥମ ଥର ହେଲା ଭ୍ରୁଣ ଦାନ, ଜୈନ ଦମ୍ପତି ଦେଖାଇଲେ ସାହସ ... ଗବେଷଣାକୁ ମିଳିବ ନୂଆ ଦିଗ

ଲାଇଭ୍‌ ହିନ୍ଦୁସ୍ତାନ ଡଟ୍‌ କମ୍‌ର ଖବର ଅନୁସାରେ , ଆହତ ପିଲାକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି , ଯେଉଁଠାରୁ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରି ଦିଆ ଯାଇଛି। ବିଶେଷ କଥା ଏହା ଯେ, ପୁଲିସ କାର ଚାଳକଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଛି। ଏପଟେ ଭିଡ଼ିଓ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆ ୟୁଜର୍ସ ମଧ୍ୟ ପିତାମାତାଙ୍କ ଅବହେଳା ଓ କାର୍ ଚଲାଇବାର ଉପାୟକୁ ସମାଲୋଚନା କରିଛନ୍ତି।

ବିଶେଷ କଥା ଏହା ଯେ, ବେଙ୍ଗାଲୁରୁ ସିଟି ଟ୍ରାଫିକ୍‌ ପୁଲିସ କାରରେ ପିଲାଙ୍କ ସନରୁଫ୍‌ ବ୍ୟବହାର ନେଇ ବାରଣ କରିବା ସହ, ଏନେଇ ମଧ୍ୟ ପୂର୍ବରୁ ସତର୍କ ସୂଚନା ଜାରି କରିଥିଲା। ଏହା କେବଳ ଯେ, ସୁରକ୍ଷା ପାଇଁ ବିପଦ , ତା ନୁହେଁ ଏହା ମଧ୍ୟ ଖୁବ୍‌ ବିପଜ୍ଜନକ ଓ ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କର ଧ୍ୟାନ ଭଙ୍ଗ କରେ ବୋଲି କୁହାଯାଇ ଥିଲା।
​​​​​