News7 Logo

ଆକ୍ଟିଂ ବ୍ୟତୀତ ମିଥୁନଙ୍କର ଅଛି ଆଉ ଏକ ବଡ଼ ଟାଲେଣ୍ଟ, ବୋହୂ ମଦାଲସା କଲେ ଖୁବ୍‌ ପ୍ରଶଂସା

NEWS7
-

ମୁମ୍ୱାଇ :  ‘ଅନୁପମା’ ଟିଭି ଶୋ’ରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ଅଭିନେତ୍ରୀ ମଦାଲସା ଶର୍ମା ଏହି ସମୟରେ ନିଜର ଫିଲ୍ମ ‘ଦ ବେଙ୍ଗଲ ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ମଦାଲସାଙ୍କର ‘ଦ ବେଙ୍ଗଲ ଫାଇଲ୍ସ’ ଆଜି ଅର୍ଥାତ୍‌ ୫ ସେପ୍ଟେମ୍ୱରରେ ଫିଲ୍ମ ହଲ୍‌ରେ ରିଲିଜ୍‌ ହୋଇ ଯାଇଛି। ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଦ ବେଙ୍ଗଲ ଫାଇଲ୍ସ’ ର ବକ୍ସ ଅଫିସରେ ଟାଇଗର ଶ୍ରଫ୍‌ଙ୍କର ‘ବାଗୀ-୪ ’ସହ ମୁକାବିଲା କରୁଛି। ‘ଦ ବେଙ୍ଗଲ ଫାଇଲ୍ସ’ର ରିଲିଜ୍ ମଧ୍ୟରେ ମଦାଲସାଙ୍କର ଏକ ଇଣ୍ଟରଭ୍ୟୁ ଚର୍ଚ୍ଚାରେ ରହିଛି। ଇଣ୍ଟରଭ୍ୟୁରେ ମଦାଲସା ନିଜ ଶ୍ୱଶୂର ମିଥୁନ ଚକ୍ରବର୍ତ୍ତୀଙ୍କ କୁକିଂ ଟାଲେଣ୍ଟକୁ ନେଇ କହିଛନ୍ତି।

Madalsa Sharma on why she really quit Anupamaa, bond with Rajan Shahi-Rupali

ମଦାଲସା ଶର୍ମା ନିକଟରେ ଜୁମକୁ ନିଜର ଇଣ୍ଟରଭ୍ୟୁ ଦେଇଛନ୍ତି। ଏହି ସ୍ୱତନ୍ତ୍ର କଥାବାର୍ତ୍ତାରେ ମଦାଲସା ପ୍ରଫେସନାଲ ଲାଇଫ୍‌ ସହ ନିଜର ପର୍ସନାଲ ଲାଇଫ୍‌କୁ ନେଇ ମଧ୍ୟ ଖୋଲି କହିଛନ୍ତି। ମଦାଲସା କହିଛନ୍ତି , ପିତାଜୀ ( ମିଥୁନ ଚକ୍ରବର୍ତ୍ତୀ)ଙ୍କୁ ଖାଇବା ବହୁତ ପସନ୍ଦ। ଘରେ ମଧ୍ୟ ସେ ଅତି ସ୍ୱାଦିଷ୍ଟ ଖାଦ୍ୟ ରୋଷେଇ କରିଥାନ୍ତି ଏବଂ ସେଠାକୁ ଯାଇ (କୋଲକାତା),ତ ପ୍ରକୃତ ବଙ୍ଗାଳୀ ଖାଇବା ମିଳିଥାଏ। ଆମେ ପିତାଜୀଙ୍କ ହାତ ତିଆରି ଅସଲ ବଙ୍ଗାଳୀ ଖାଦ୍ୟ ଖାଇବାକୁ ମିଳିଲା। ମୋତେ ଏହାର ସ୍ୱାଦ ଚାଖିବାର ସୁଯୋଗ ମିଳିଲା, କାରଣ ମୋତେ ପୂର୍ବରୁ ବଙ୍ଗାଳୀ ସଂସ୍କୃତି ପସନ୍ଦ ନଥିଲା। ମୋ ପାଇଁ ଏହା ଖୁବ୍ ଅଲଗା ଥିଲା।

ମଦାଲସା ଶର୍ମା ବିବାହ ପରେ ନିଜର ସ୍ୱାମୀ ମିମୋହ ଓ ଶ୍ୱଶୂର ଘର ଲୋକଙ୍କ ସହ କୋଲକାତା ଯିବାକୁ ମନେ ପକାଇ କହିଛନ୍ତି , ମୁଁ ଜୀବନରେ କେବଳ ଥରୁଟିଏ କୋଲକାତା ଯାଇଛି। ଯେବେ ମୋର ଓ ମିମୋହିଙ୍କର ବିବାହ ହେଲା , ବିବାହର ପ୍ରଥମ ବର୍ଷ , ପିତାଜୀ (ମିଥୁନ ଚକ୍ରବର୍ତ୍ତୀ) ଓ ମୋର ଶାଶୂ , ଆମେ ସବୁ କୋଲକାତା ଯାଇ ଥିଲୁ। ପିତାଜୀ ଆମକୁ ଦେଖାଇଲେ ଅଭିନେତା ହେବା ପୂର୍ବରୁ ସେ କେଉଁଠି ରହୁଥିଲେ। ଆମେ ସେହି ସ୍ଥାନ ଦେଖିଲୁ ,ଯେଉଁଠି ସେ ରହୁଥିଲେ , ସେହି ଅଞ୍ଚଳ ଯେଉଁଠି ସେ ବଡ଼ ହୋଇଥିଲେ, ପୂରା କଲୋନୀ ଓ ସବୁ କିଛି।  ମୁଁ ସେଠାରେ ସବୁକିଛି ଦେଖିଲି।

मदालसा शर्मा से शादी करने के लिए कैसे पति मिमोह ने लिया था मिथुन चक्रवर्ती का सहारा

ପୁରୁଣା ସ୍ମୃତିକୁ ତାଜା କରି , ମଦାଲସା କହିଛନ୍ତି , ମୋତେ କେବଳ ଗୋଟିଏ ଝଲକ ଦେଖିବାକୁ ମିଳିଲା ଯେ, ଅଭିନେତା ହେବା ପୂର୍ବରୁ ତାଙ୍କର ଜୀବନ କେମିତି ରହିଥିବ। ତାଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଥିବ ଏବଂ ଶେଷରେ ସେ ଆଜି ଏହି ସଫଳତାରେ ପହଞ୍ଚିବା ପାଇଁ କେତେ ପରିଶ୍ରମ କରିଥିବେ। ଏହା ଏକ ସୁନ୍ଦର ଅନୁଭବ ଥିଲା, ଯାହାକୁ ଆମେ ସମସ୍ତେ ସ୍ୱାଗତ କଲୁ। କୋଲକାତା ଯିବା ମୋର ପ୍ରଥମ ଅନୁଭବ ଥିଲା।