ଭୁବନେଶ୍ୱର ୨୧।୦୧ : କ୍ୟାପିଟାଲ ହସ୍ପିଟାଲ ଛକରେ ଥାର୍‌ ଗାଡ଼ି ଦୁର୍ଘଟଣା ଘଟଣା । ଥାର୍‌ ଗାଡ଼ି ଚାଳକଙ୍କୁ ଧରି ପୋଲିସ ଜିମା ଦେଲେ ଲୋକେ । ଫରେଷ୍ଟ ପାର୍କ ଅଞ୍ଚଳରୁ ଧରି ପୋଲିସ ଜିମା ଦେଇଛନ୍ତି ।

ଖବର ଅନୁଯାୟୀ, ଭୁବନେଶ୍ୱରରେ ପୁଣି ଥାର୍ ଆତଙ୍କ। କ୍ୟାପିଟାଲ ହସ୍ପିଟାଲ ଛକରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ଏକ ବୁଲେଟକୁ ପିଟିଲା ଥାର୍। ଥାର୍ ଏବଂ ବୁଲେଟ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ହୋଇଛନ୍ତି। ଥାର୍ ଚକା ତଳେ ଚାପି ହୋଇ ଯୁବକଙ୍କ ଜୀବନ ଯାଇଛି । ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଏମ୍ସ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଜଣେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୃତ ଯୁବକ ହେଲେ ଓଲ୍ଡ ଟାଉନର ରାଜା ପେଦିନି। ପୋଲିସ ନରହନ୍ତା ଥାର୍ ଏବଂ ଦୁର୍ଘଟଣାଗ୍ରସ୍ତ ବୁଲେଟକୁ ଜବତ୍ କରି ତଦନ୍ତ ଆରମ୍ଭ କରିଛି।