ସକାଳୁ ସକାଳୁ ସମ୍ଭାଳି ହେଉନି ଖରା, ସକାଳ ୮ଟା ୩୦ ସୁଦ୍ଧା ବାରିପଦା ୩୮ ଡିଗ୍ରୀ ପାର୍‌

Published By : Prameya-News7 Bureau | April 30, 2024 IST

ଭୁବନେଶ୍ବର ୩୦୪: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ଆଜି ବି ତାତି ଜୋର । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି ।

 ମଙ୍ଗଳବାର ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ବାରିପଦା ସବୁଠୁ ଉତ୍ତପ୍ତ ରହିଛି।  ବାରିପଦାରେ ୩୮.୪ ଡିଗ୍ରୀ, ତାଳଚେରରେ ୩୭.୮ ଡିଗ୍ରୀ, ବାଲେଶ୍ୱରରେ ୩୬.୬ ଡିଗ୍ରୀ, କେନ୍ଦୁଝରରେ ୩୬.୪ ଡିଗ୍ରୀ, କଟକରେ ୩୫.୮ ଡିଗ୍ରୀ, ରାଉରକେଲାରେ ୩୫ ଡିଗ୍ରୀ, ଭବାନୀପାଟଣାରେ ୩୪.୮ ଡିଗ୍ରୀ, ଭୁବନେଶ୍ୱରରେ ୩୪. ୬ ଡିଗ୍ରୀ, ଝାରସୁଗୁଡ଼ାରେ ୩୪.୬ ଡିଗ୍ରୀ, ହୀରାକୁଦରେ ୩୪.୪ ଡିଗ୍ରୀ, ଚାନ୍ଦବାଲିରେ ୩୪.୨ ଡିଗ୍ରୀ, ବଲାଙ୍ଗୀରରେ ୩୪ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୪ ଡିଗ୍ରୀ, ଅନୁଗୁଳରେ ୩୪ ଡିଗ୍ରୀ ରେକର୍ଡ ହୋଇଛି । 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.