କେନ୍ଦୁଝରର ଆରାଧ୍ୟ ଦେବତାଙ୍କୁ ଛାଡିଲେନି, ହୁଣ୍ଡି ଭାଙ୍ଗି ଲୁଟିନେଲେ ଟଙ୍କା

Published By : Prameya-News7 Bureau | March 29, 2024 IST

କେନ୍ଦୁଝର ୨୯/୦୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉ ମନ୍ଦିର ହୁଣ୍ଡିରୁ ଚୋରି । ମଧ୍ୟ ରାତ୍ରରେ ହୁଣ୍ଡି ତାଡି ହୁଣ୍ଡିରେ ଥିବା ଟଙ୍କା ଏଵଂ ଅନ୍ୟ ଦାନ ସାମଗ୍ରୀ ନେଇଗଲେ ଦୃର୍ବୁତ୍ତ । 


ମନ୍ଦିର ପ୍ରବେଶ ଦ୍ଵାର ମୁଁହରେ ଥିବା ହୁଣ୍ଡି ତାଡି ଟଙ୍କା ସବୁ ନେଇଯାଇଛନ୍ତି । ତେବେ ପୁରୁଣା ଟଙ୍କା ଏଵଂ ଖୁଚୁରା ପଇସା ସବୁ ଫିଙ୍ଗି ପକାଇ ଦେଇ ଚାଲିଯାଇଛନ୍ତି ଦୁର୍ବୃତ୍ତ । ସୂଚନା ଥାଉକି, ଗତ ରଥଯାତ୍ରା ପରଠୁ ହୁଣ୍ଡିଖୋଲା ଯାଇନଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ଅନ୍ୟ ପକ୍ଷରେ ହୁଣ୍ଡି ନିକଟରେ cctv ଲାଗିଥିବା ବେଳେ ଏହା କାର୍ଯ୍ୟ କରୁନଥିବା ଜଣାପଡିଛି।

  • loot
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.