ନିର୍ବାଚନ ୨୦୨୪, ଓଡିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ

Published By : Prameya-News7 Bureau | April 29, 2024 IST

ଭୁବନେଶ୍ୱର ୨୯।୦୪ : ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏନେଇ ନିର୍ବାଚନ କମିଶନର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ବିଜ୍ଞପ୍ତି ଅନୁସାରେ, ଆଜିଠାରୁ ମାନେ ଅପ୍ରେଲ୍‌ ୨୯ ତାରିଖରୁ ପ୍ରାର୍ଥୀ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଯାହା ଆସନ୍ତା ମେ ୬ ତାରିଖରେ ପର୍ଯ୍ୟନ୍ତ ଚାଲିବ । ଏହାପରେ ମେ ୭ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଏବେ ମେ ୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ରହିଛି । ଶେଷରେ ମେ ୨୫ ତାରିଖରେ ଭୋଟ ଗ୍ରହଣ ହେବ ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ  ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଓ ଏହା ଅଧୀନରେ ଆସୁଥିବା ୪୨ଟି  ବିଧାନସଭା ଆସନ ପାଇଁ ଭୋଟ ପକ୍ରିୟା ଆରମ୍ଭ ହେବ । ସେହି ସବୁ ଆସନ ଗୁଡିକ ହେଲ-କୁଚିଣ୍ଡା, ରେଂଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ କଟକ, ଚୌଦ୍ୱାର କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼ ରହିଛି । 

  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.