ଭୁବନେଶ୍ୱର, ୧୨।୧୧: ରାଜ୍ୟରେ ପୁଣି ୩ ଡିଗ୍ରୀ କମିବ ପାରଦ । ଆସନ୍ତା ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ୨ରୁ ୩ ଡିଗ୍ରୀ କମିପାରେ । ସେହିଭଳି ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼ରେ ଶୀତ ଲହରୀ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମଙ୍ଗଳବାର ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ସର୍ବନିମ୍ନ ୯.୫ ଡିଗ୍ରୀ ରେକର୍ଡ ହୋଇଛି। ଫୁଲବାଣୀରେ ୧୧, ଝାରସୁଗୁଡ଼ାରେ ୧୧.୧, ଭଦ୍ରକରେ ୧୧.୪, ରାଉରକେଲାରେ ୧୨.୯, କୋରାପୁଟରେ ୧୩, ସୁନ୍ଦରଗଡ଼ରେ ୧୩.୨, କେନ୍ଦୁଝରରେ ୧୩.୪, ଢେଙ୍କାନାଳ ଓ ଅନୁଗୁଳରେ ୧୩.୬, ଭବାନୀପାଟଣାରେ ୧୪.୮ ଓ ନବରଙ୍ଗପୁରରେ ୧୫ ଡିଗ୍ରୀ ରେକର୍ଡ ହୋଇଛି ।

ବୁଧବାର ରାତିରେ ଫୁଲବାଣୀ, ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିବ । କେନ୍ଦୁଝର ଓ ଅନୁଗୁଳରେ ୧୨ ଡିଗ୍ରୀ, ଢେଙ୍କାନାଳ, କୋରାପୁଟ ଓ ଭଦ୍ରକରେ ରାତି ତାପମାତ୍ରା ୧୩ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗୁରୁବାର ରାତିରେ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ । ଝାରସୁଗୁଡ଼ା, ଅନୁଗୁଳ ଓ ରାଉରକେଲାରେ ୧୧ ଡିଗ୍ରୀ ରହିପାରେ ।

ଶୁକ୍ରବାର ରାତିରେ ଫୁଲବାଣୀରେ ୧୦ ଡିଗ୍ରୀ ଓ ଶନିବାର ରାତିରେ ଫୁଲବାଣୀରେ ୯ ଡିଗ୍ରୀକୁ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୬.୩ ଡିଗ୍ରୀ କମି ୧୧.୬ ଡିଗ୍ରୀ ରେକର୍ଡ ହୋଇଥିଲା । ସୋମବାର ଏହା ପୁଣି କମି ୧୧.୧ଡିଗ୍ରୀ ରେକର୍ଡ ହୋଇଛି । ଗତ ୫ ଦିନରେ ଝାରସୁଗୁଡ଼ାରେ ରାତି ତାପମାତ୍ରା ୫.୮ ଡିଗ୍ରୀ ଖସିଲାଣି । ସମ୍ବଲପୁର ଓ ହୀରାକୁଦରେ ୧୫.୬, ଭୁବନେଶ୍ୱରରେ ୧୬.୨, ବାଲେଶ୍ୱରରେ ୧୭.୮, ପାରାଦୀପରେ ୧୮.୭, ଗୋପାଳପୁରରେ ୧୮.୮, ଚାନ୍ଦବାଲିରେ ୧୯.୨ ଓ ପୁରୀରେ ୨୦.୫ ଡିଗ୍ରୀ ରେକର୍ଡ ହୋଇଛି ।