ଦିନ ସାଢ଼େ ୧୧ଟାରେ ୪୧ ଟପିଲା ପାରଦ, ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରୀ ରେକର୍ଡ

Published By : Prameya-News7 Bureau | April 29, 2024 IST

ଭୁବନେଶ୍ବର ୨।୪: ଆଜି ବି ତାତି ଜୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ସୋମବାର ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଛି । ବାଲେଶ୍ୱରରେ ୪୧.୪, କେନ୍ଦୁଝରରେ ୪୧, ଭୁବନେଶ୍ୱରରେ ୪୦.୪, ଝାରସୁଗୁଡାରେ ୩୯.୮, ହୀରାକୁଦରେ ୩୯, ରାଉରକେଲାରେ ୩୯, ସମ୍ବଲପୁରରେ ୩୮.୬, ଚାନ୍ଦବାଲିରେ ୩୮.୨, ପୁରୀରେ ୩୩.୮, ଗୋପାଳପୁରରେ ୩୩.୨, ପାରାଦୀପରେ ୩୩ ଡିଗ୍ରୀ ରେକର୍ଡ କରାଯାଇଛି ।

You Can Read :

ପାଣିପାଗ ବିଭାଗର ଚେତାବନୀ, ଆହୁରି ୨ ଡିଗ୍ରୀ ବଢିବ ପାରଦ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.