ହ୍ରାସ ପାଇଲା ତାତି : ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହରର ତାପମାତ୍ରା

Published By : Prameya-News7 Bureau | May 07, 2024 IST

ଭୁବନେଶ୍ବର ୭।୫: ଆଶ୍ୱସ୍ତି ଆଣିଲା କାଳବୈଶାଖୀ । ହ୍ରାସ ପାଇଲା ତାତି । ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହର । ୩୫ ଡ଼ିଗ୍ରୀ ତଳେ ୨୦ ସହରର ତାପମାତ୍ରା ରେକର୍ଡ ହୋଇଛି । ବଲାଙ୍ଗୀର ଏବଂ ଟିଟିଲାଗଡରେ ସର୍ବାଧିକ ଦିନ ତାପମାତ୍ରରେ ୧୦ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିଥିବା ବେଳେ, ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୮ରୁ ୯ ଡ଼ିଗ୍ରୀ ଯାଏଁ ତାପମାତ୍ରା ତଳକୁ ଖସିଛି । ଉପକୂଳ ସହ ପଶ୍ଚିମ ଓଡ଼ିଶାରେ ହ୍ରାସ ପାଇଲା ଦିନ ତାପମାତ୍ରା । ମାଲକାନଗିରିରେ ସର୍ବାଧିକ ୩୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି କେନ୍ଦ୍ରାପଡ଼ା ୩୮.୬, ସୁନ୍ଦରଗଡ଼ ୩୮.୨, ସମ୍ବଲପୁର ୩୭.୫, କଟକ ୩୩ ଏବଂ ଭୁବନେଶ୍ୱର ୩୨.୫ ଡିଗ୍ରୀ ରେକର୍ଡ ହୋଇଛି ।


 

You Can Read :

କଂଗ୍ରେସରେ ମିଶିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ମହାନ୍ତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.