ନିର୍ବାଚନ ରାଲିରେ ସାମିଲ ହେବା ପଡିଲା ମହଙ୍ଗା, ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ ନିର୍ଦ୍ଦେଶ

Published By : Prameya-News7 Bureau | April 13, 2024 IST

ବୌଦ୍ଧ ୧୩।୦୪ : ବୌଦ୍ଧ ଜିଲ୍ଲାରେ ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ବାଚନୀ ଛାଟ । ନିର୍ବାଚନ ରାଲିରେ ସାମିଲ ହେବା ଶିକ୍ଷୟିତ୍ରୀଙ୍କୁ ପଡ଼ିଲା ମହଙ୍ଗା । ରାଜନୈତିକ ଦଳ ରାଲିରେ ସାମିଲ ହୋଇ ନିଲମ୍ବିତ ହୋଇଛନ୍ତି ଶିକ୍ଷୟିତ୍ରୀ । ବୌଦ୍ଧ ଜିଲ୍ଲା ଦହ୍ୟା ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକ । ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ ନିଲମ୍ବିତ । ନିଲମ୍ବନ ଆଦେଶ ଦେଲେ ବୌଦ୍ଧ ନିର୍ବାଚନ ଅଧିକାରୀ ଜେ ସୋନାଲ। 

ଖବର ଅନୁଯାୟୀ, ଗତ ୧୦ ତାରିଖକରେ ଏକ ରାଜନୈତିକ ଦଳ ପକ୍ଷରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଦହ୍ୟା ଠାରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ସେହି ଶୋଭାଯାତ୍ରାରେ ଦହ୍ୟା ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକ ଯୋଗଦେଇଥିବା ନେଇ ଫଟୋ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ ବିରୋଧୀ। 

ତେବେ ଜିଲ୍ଲା ନିର୍ବାଚନ ଅଧିକାରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରି ଉକ୍ତ ଫଟୋରେ ଥିବା ଶିକ୍ଷୟିତ୍ରୀଙ୍କ ବିଷୟରେ ତଦନ୍ତ କରିଥିଲେ । ଏହାପରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଆଇନ ଅନୁଯାୟୀ ଉକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ ଆଦେଶ ଦେଇଛନ୍ତି । ନିଲମ୍ବିତ ଶିକ୍ଷୟିତ୍ରୀ ଜିଲ୍ଲା ମୁଖ୍ୟାଳୟରେ ରହିବେ ଏବଂ ବିନା ଅନୁମତିରେ ଜିଲ୍ଲାରୁ ବାହାରକୁ ଯାଇ ପାରିବେ ନାହିଁ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜେ ସୋନାଲ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.