AI ପ୍ରସଙ୍ଗରେ ବିରୋଧୀଙ୍କୁ ନବୀନଙ୍କ କଡ଼ା ଜବାବ, 'କହିଲେ ଭଲ କଥା ସେମାନେ ବି ୟୁଜ୍ କରନ୍ତୁ'

Published By : Prameya-News7 Bureau | May 22, 2024 IST

ବିଜେପିକୁ ନବୀନଙ୍କ `ଏଆଇ’ ଆଟାକ୍ ପ୍ରସଙ୍ଗରେ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଆଇ ଭିଡିଓ ପ୍ରସଙ୍ଗରେ ବିଜେପିରକୁ ତାଚ୍ଛଲ୍ଯ କରିଛନ୍ତି ନବୀନ । ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ଯବହାର କରି ଭିଡିଓ ପ୍ରସ୍ତୁତ କରିବା ପ୍ରଶ୍ନର ଚୁଟ୍‌କିରେ ଉତ୍ତର ରଖିଛନ୍ତି ସେ । ଭିଡିଓ ବାର୍ତ୍ତାରେ ନବୀନଙ୍କ କହିଛନ୍ତି ଭଲ କଥା ସେମାନେ ବି ୟୁଜ୍ କରନ୍ତୁ । 

ଯାହାକୁ ବରିଷ୍ଠ ବିଜେଡି ନେତା ତଥା ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ନିଜ ସୋସିଆଲ ସାଇଟ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ଦେଖନ୍ତୁ ଏହି ଭିଡିଓକୁ ଯେଉଁଥିରେ ନବୀନ ରଖିଛନ୍ତି ନିଆରା ଜବାବ । ପାଣ୍ଡିଆନ ପଚାରିଛନ୍ତି ଯେ, ବିଜେପି ନେତା କହୁଛନ୍ତି ଆପଣ ଭିଡିଓରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ଯବହାର କରୁଛନ୍ତି । ଯାହାର ଉତ୍ତରରେ ନବୀନ କହିଛନ୍ତି, ଏହା ଭଲ କଥା । ସେମାନେ ବି ଏଆଇ ବ୍ଯବହାର କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ନବୀନଙ୍କ କେଇ ସେକେଣ୍ଡର ଏହି ଭିଡିଓ ବିରୋଧୀଙ୍କ ମୁହଁ ବନ୍ଦ କରିଦେବା ସହ ଖୁବ ସ୍ପିଡରେ ଭାଇରାଲ ହେବାରେ ଲାଗିଛି । 


ସୂଚନା ଥାଉକି, ପୂର୍ବରୁ ବିଜେପିର ଅନେକ ନେତା ନବୀନଙ୍କ ଭିଡ଼ିଓ ତାଙ୍କର ନୁହେଁ ବୋଲି ଅଭିଯୋଗ ଆଣିଥିଲେ । କହିଥିଲେ ଭିଡିଓକୁ ଦେଖିଲେ ଲାଗୁଛି, ନବୀନଙ୍କର ଅଧିକାଂଶ ଭିଡିଓ ଡିପଫେକ୍ । ଏହାକୁ ଏଆଇ ଦ୍ୱାରା କରାଯାଉଛି । ତେବେ ଏହାର ଜବାବ ଦେଇଛନ୍ତି ନିଜେ ନବୀନ । କହିଛନ୍ତି, ଭଲ କଥା, ସେମାନେ ବି ଏଆଇ ବ୍ୟବହାର କରନ୍ତୁ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.