କଣ୍ଟାମାଳ ଥାନା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର, ୨୦ ତାରିଖ ମଧ୍ୟରେ ୨୦ ଲକ୍ଷ ଟଙ୍କା ଦାବି

Published By : Prameya-News7 Bureau | April 18, 2024 IST

ବୌଦ୍ଧ ୧୮।୪: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ନାରାୟଣ ପ୍ରସାଦ ଗ୍ରାମ ପୋଖରୀ ହିଡ ଠାରେ ମାଓ ପୋଷ୍ଟର ଲଗାଯାଇଛି । ତେବେ KKBN ମାଓ ସଂଗଠନ ପକ୍ଷରୁ ଏହି ମାଓ ପୋଷ୍ଟର ଲଗାଯାଇଛି । ମାଓ ପୋଷ୍ଟର ଜାରି କରି ମାଓ ସଂଗଠନ ପକ୍ଷରୁ ନାରାୟଣ ପ୍ରସାଦ ଗ୍ରାମର ବିନୋଦ ସାହୁଙ୍କୁ ୨୦ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରାଯାଇଛି । ଆଗାମୀ ୨୦ ତାରିଖ ମଧ୍ୟରେ ୨୦ ଲକ୍ଷ ଟଙ୍କା ଦେବାକୁ ଦାବି କରାଯାଇଛି । 

ସୂଚନାଯୋଗ୍ୟ ଯେ, ନାରାୟଣ ପ୍ରସାଦ ଗ୍ରାମରେ ଥିବା ଏକ ପୋଖରୀ ବନ୍ଧ ଠାରେ ମାଓ ପୋଷ୍ଟର ଲାଗିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ନେଇ କଣ୍ଟାମାଳ ପୋଲିସକୁ ଲୋକେ ଖବର ଦେଇଥିଲେ । ତେବେ କଣ୍ଟାମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମାଓ ପୋଷ୍ଟରଟିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ KKBN ମାଓ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ମାଓ ପୋଷ୍ଟରରେ ନାରାୟଣ ପ୍ରସାଦ ଗ୍ରାମର ବିନୋଦ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ୨୦ ତାରିଖ ସୁଦ୍ଧା ୨୦ ଲକ୍ଷ ଟଙ୍କା ଦେବାକୁ ଦାବି କରାଯାଇଛି ।

You Can Read :

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ, ୨୦୨୨ ମସିହାରେ ଘଟିଥିଲା ଘଟଣା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.