ରାଣୀପଥର ଘାଟିରେ ଦୁର୍ଘଟଣା,୨୦ ଯାତ୍ରୀ ଆହତ

Published By : Prameya-News7 Bureau | April 15, 2024 IST

ବୌଦ୍ଧ୧୫/୪: ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା । ଫୁଲବାଣୀ ସୀମାନ୍ତ ରାଣୀପଥର ଉପର ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସକାଳ ସମୟରେ ଯାତ୍ରୀବାହୀ ବସ ଖମ୍ବେଶ୍ବରୀ ପ୍ରାୟ ୪୦ ଯାତ୍ରୀଙ୍କୁ ନେଇ ଫୁଲବାଣୀ ଯାଉଥିଲା। ରାଣୀପଦର ଘାଟି ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବସ ଡ୍ରାଇଭର ସମେତ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । 


ଅଗ୍ନିଶମ ବାହିନୀ ଓ ପୋଲିସ ଆହତ ଯାତ୍ରୀଙ୍କୁ ଫୁଲବାଣୀ ମେଡିକାଲ ଓ ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି । 

You Can Read: ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ହେଲେ ସାମିଲ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.