ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୪ ଗୁରୁତର ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | April 20, 2024 IST

ବୌଦ୍ଧ ୨୦।୪: ବୌଦ୍ଧ ଜିଲ୍ଲା ଚାରିଛକ କୁଶଙ୍ଗ ରାସ୍ତା ଅଯୋଧ୍ୟା ଗ୍ରାମ ନିକଟରେ ଦୁର୍ଘଟଣା ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଯାତ୍ରୀବାହୀ ଅଟୋ । ଦୁର୍ଘଟଣାରେ ଅଟୋ ଡ୍ରାଇଭର ସମତେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହରଭଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାସ୍ଥଳରେ ହରଭଙ୍ଗା ପୋଲିସର ତଦନ୍ତ ଆରମ୍ଭ କରିଛି । 

ସୂଚନା ଅନୁଯାୟୀ, ଏକ ଯାତ୍ରୀବାହୀ ଅଟୋ ଚାରିଛକରୁ କୁମାରୀ ଯାଉଥିବା ସମୟରେ ଅଯୋଧ୍ୟା ନିକଟବର୍ତ୍ତୀ ଝରଦାଣ୍ଡି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଅଟୋରେ ଥିବା ଯାତ୍ରୀ ଗୋଲେଖ ସାହୁ, ସ୍ମସ୍ମିତା ବେହେରାଙ୍କ ଗୋଡ଼ ଭାଙ୍ଗିଯାଇ ଗୁରୁତର ହୋଇଥିବା ବେଳେ ପ୍ରଭାସିନୀ କହଁର ଓ ଅଟୋ ଚାଳକ ଝଗୁଡୁ ନାଏକ ମଧ୍ୟ ଗୁରୁତର ହୋଇଛନ୍ତି l ତୁରନ୍ତ ସମସ୍ତ ୪  ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହରଭଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅନ୍ୟପଟେ ଖବର ପାଇ ହରଭଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l

You Can Read : 

ବୌଦ୍ଧରେ ଶିଖର ଛୁଇଁଲା ତାତି, ୪୫.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ରେକର୍ଡ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.