ବାଇକ୍‌କୁ ଧକ୍କା ଦେଲା ବସ୍ : ଜଣେ ମୃତ, ଆଉ ଜଣେ ଗୁରୁତର

Published By : Prameya-News7 Bureau | April 09, 2024 IST

ବୌଦ୍ଧ ୦୯।୦୪: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ବସରି ଛକ ନିକଟରେ ଦୁର୍ଘଟଣା ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ବସ୍। ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ମୃତକ ବିଚିଦା ଗାଁର ବାଲ୍ମୀକି ମହାନନ୍ଦିଆ । ଗୁରୁତର ପ୍ରଶାନ୍ତ ମହାନନ୍ଦିଆ ସୋନପୁର ସ୍ଥାନାନ୍ତର । 

ଖବର ଅନୁଯାୟୀ, କଣ୍ଟାମାଳ ଥାନା ବିଚିଦା ଗାଁର ବାଲ୍ମୀକି ମହାନନ୍ଦିଆ ଓ ପ୍ରଶାନ୍ତ ମହାନନ୍ଦିଆ ଏକ ବାଇକ୍ ଯୋଗେ କଣ୍ଟାମାଳ କୌଣସି କାମରେ ଯାଉଥିଲେ । ଏହି ସମୟରେ ଲମ୍ବସରୀ ଛକ ନିକଟରେ ବାଇକ୍ ସହିତ ଧକ୍କା ହୋଇଥିଲା ବସ୍‌ । ଯାହାଫଳରେ ଘଟଣାସ୍ଥଳରେ ବାଲ୍ମୀକି ମହାନନ୍ଦିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ପ୍ରଶାନ୍ତ ମହାନନ୍ଦିଆଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କଣ୍ଟାମାଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲେ । ହେଲେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ କଣ୍ଟାମାଳ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.